ରାଉରକେଲା: ରାଉରକେଲା ପୁଲିସର ସ୍ବତନ୍ତ୍ର ଡ୍ରାଇଭ୍‌ର ଦ୍ବିତୀୟ ଦିନରେ ୮୨ ଜଣ ଅପରାଧୀଙ୍କ ଘରେ ଲଟ୍‌କା ଲଗାଯାଇଛି। ରାଉରକେଲା ପୁଲିସ ଜିଲ୍ଲା ଅଧୀନ​ରେ ଥିବା ସମସ୍ତ ଥାନା ଅଞ୍ଚଳରେ ଏହି କାର୍ଯ୍ୟକ୍ରମ କରାଯାଉଛି। ସୂଚନାଯୋଗ୍ୟ, ଯେଉଁ ଅପରାଧୀ ବାରମ୍ବାର ନୋଟିସ୍‌ ସତ୍ତ୍ବେ ଥାନାରେ ହାଜର ହେଉନଥିଲେ ସେମାନଙ୍କ ବି​ରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେମାନଙ୍କୁ ପାନପୋଷ ଏସ୍‌ଡିଜେଏମ୍‌ କୋର୍ଟ ତରଫରୁ ପଳାତକ ଅପରାଧୀ ଘୋଷଣା କରାଯାଇଛି।

Advertisment

ସେମାନଙ୍କ ଘର ଆଖପାଖ ଅଞ୍ଚଳରେ ପାରମ୍ପରିକ ଢଙ୍ଗରେ ବାଜାବଜାଇ ପଳାତକ ଘୋଷଣା କରାଯିବା ସହ ଅପରାଧୀଙ୍କ ଘରେ ଏକ ନୋଟିସ୍‌ ଲଗାଯାଇଛି। ଅପରାଧୀମାନଙ୍କୁ ୧୫ ଦିନରେ କୋର୍ଟରେ ହାଜର ହେବାକୁ କହାଯାଇଛି। ୧୫ ଦିନରେ ହାଜର ନହେଲେ ତାଙ୍କର ସମସ୍ତ ସ୍ଥାବର/ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତ କରାଯିବ ବୋଲି ଚେତାବନୀ ଦିଆଯାଇଛି।