ରାଉରକେଲା-ପୁରୀ ପାସେଞ୍ଜର ଟ୍ରେନ୍‌ ଆଂଶିକ ବାତିଲ୍‌

ଭୁବନେଶ୍ୱର : ରାଉରକେଲା-ପୁରୀ-ରାଉରକେଲା ପାସେଞ୍ଜର ଟ୍ରେନ୍‌ ଆଂଶିକ ଭାବେ ବାତିଲ୍‌ କରାଯାଇଛି। ସମ୍ବଲପୁର ଡିଭିଜନ୍‌ର ଅନୁଗୁଳ-ସମ୍ବଲପୁର ରେଲେଓ୍ଵ ସେକ୍ସନର ବାମୁର ଓ ରେଢ଼ାଖୋଲ ଷ୍ଟେସନ ମଧ୍ୟରେ ନିରାପତ୍ତା ସମ୍ପର୍କିତ ଆଧୁନିକୀକରଣ ଓ ଡବଲିଂ କାର୍ଯ୍ୟ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ରାଉରକେଲା-ପୁରୀ-ରାଉରକେଲା ପାସେଞ୍ଜର ଟ୍ରେନ୍‌ (୫୮୧୩୧/୫୮୧୩୨) ଅଗଷ୍ଟ ୧୧ ତାରିଖ ଦିନ ଅନୁଗୁଳ ଓ ସମ୍ବଲପୁର ଉଭୟ ପଟରୁ ଆଂଶିକ ବାତିଲ୍‌ ହୋଇଛି। ତେବେ ରାଉରକେଲା-ପୁରୀ ପାସେଞ୍ଜର ରାଉରକେଲାରୁ ସମ୍ବଲପୁର ଓ ପୁରୀ-ରାଉରକେଲା ପାସେଞ୍ଜର ପୁୁରୀରୁ ଅନୁଗୁଳ ପର୍ଯ୍ୟନ୍ତ ଯାତାୟାତ କରିବ।

ସମ୍ବନ୍ଧିତ ଖବର