ସମ୍ବଲପୁର : ସମ୍ବଲପୁର ରେଳ ମଣ୍ଡଳ ଅଧୀନରେ ଆଧୁନିକୀକରଣ କାର୍ଯ୍ୟ ପାଇଁ ଏକାଧିକ ଟ୍ରେନ୍ ବାତିଲ କରାଯାଇଛି। ରାଉରକେଲା-ପୁରୀ(୧୮୧୨୫/୧୮୧୨୬) ଶୁକ୍ରବାର ବାତିଲ କରାଯାଇଛି। ତା ସହିତ ଟିଟଲାଗଡ଼-ବିଳାଶପୁର (୦୮୨୬୩/୦୮୨୬୪) ପାସେଞ୍ଜର୍ ଶନିବାର ସମ୍ବଲପୁରରୁ ବିଳାଶପୁର ଯାଏ ବାତିଲ ରହିବ।
ସେଭଳି ଭୁବନେଶ୍ବର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ(୨୦୮୧୭) ଦେଢ଼ ଘଣ୍ଟା ବିଳମ୍ବରେ ଛାଡ଼ିବ। ଭୁବନେଶ୍ବରରୁ ସକାଳ ୭ଟା ୧୫ରେ ବଦଳରେ ଟ୍ରେନ୍ଟି ୮ଟା ୪୫ରେ ଛାଡ଼ିବ। ସମ୍ବଲପୁର-ଜମ୍ମୁ ତବି ଏକ୍ସପ୍ରେସ୍ (୧୮୩୦୯) ସମ୍ବଲପୁରରୁ ୩ ଘଣ୍ଟା ବିଳମ୍ବରେ ଛାଡ଼ିବ। ଟ୍ରେନ୍ଟି ସମ୍ବଲପୁରରୁ ଶନିବାର ଦିନ ୧୧ଟା ପରିବର୍ତ୍ତେ ଦିନ ୨ଟାରେ ଛାଡ଼ିବ ବୋଲି ବୋଲି ରେଳ ବିଭାଗ ପକ୍ଷରୁ କହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/train-rourkela.jpg)