ରାଉରକେଲା/କଟକ : ରାଉରକେଲା ମହାନଗର ନିଗମ(ଆର୍ଏମ୍ସି) ନିର୍ବାଚନ ପ୍ରସଙ୍ଗ ଉଚ୍ଚ ନ୍ୟାୟାଳୟରେ ପହଞ୍ଚିଛି। ନିକଟ ଅତୀତରେ ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଅନୁସାରେ ରାଉରକେଲା ମହାନଗର ନିଗମ(ଆର୍ଏମ୍ସି) ନିର୍ବାଚନ ଆୟୋଜନ ପାଇଁ ବରିଷ୍ଠ ବିଜେପି ନେତା ନିହାର ରାୟ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିଲେ। ଅନୈତିକ ଯୁକ୍ତି ଦର୍ଶାଇ ଜାଣିଶୁଣି ନିର୍ବାଚନକୁ ସ୍ଥଗିତ ରଖାଯାଉଥିବା ଶ୍ରୀ ରାୟ ରିଟ୍ ପିଟିସନରେ ଉଲ୍ଲେଖ କରିଥିଲେ। ଏହି ମାମଲାକୁ ଉଚ୍ଚ ନ୍ୟାୟଳୟ ବିଚାରକୁ ନେଇଛନ୍ତି। ଏନେଇ ଆସନ୍ତା ଡିସେମ୍ବର ୭ ତାରିଖରେ ରାଜ୍ୟ ସରକାର, ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ ରାୟଙ୍କ ପକ୍ଷରୁ ଆଇନଜୀବୀ ପାର୍ଥ ସାରଥୀ ନାୟକ ମାମଲା ପରିଚାଳନା କରୁଛନ୍ତି।
ଉଲ୍ଲେଖଯୋଗ୍ୟ , ପୌର ନିର୍ବାଚନ ପାଇଁ ମଧ୍ୟ ଆର୍ଏମ୍ସିକୁ ବାଦ୍ ଦିଆଯାଇଛି। ଏହାକୁ ପ୍ରତିବାଦ କରି ଶ୍ରୀ ରାୟ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/rmc-fff.jpg)