ଇଣ୍ଡିଆଜ୍ ବେଷ୍ଟ ଡ୍ୟାନ୍ସର -୨: ଦ୍ୱିତୀୟ ରନର୍ସ-ଅପ୍ ହେଲେ ରାଉରକେଲାର ରୋଜା

ରାଉରକେଲା : ଘରୋଇ ଚାନେଲ ‘ସୋନି ଟିଭି’ରେ ପ୍ରସାରିତ ଡ୍ୟାନ୍ସ ରିଏଲିଟି ସୋ’ ‘ଇଣ୍ଡିଆଜ୍ ବେଷ୍ଟ ଡ୍ୟାନ୍ସର (ଆଇବିଡି)-୨’ରେ ନିଜର ଜଲୱା ଦେଖାଇଥିବା ରାଉରକେଲାର ରୋଜା ରଣା ଦ୍ବିତୀୟ ରନର୍ସ ଅଫ୍ ହୋଇଛନ୍ତି। ପୁଣେର ସୌମ୍ୟା କମ୍ବଲେ ବିଜେତା ହୋଇ ଟ୍ରଫି ହାସଲ କରିଛନ୍ତି। ସୌମ୍ୟାଙ୍କୁ ୧୫ ଲକ୍ଷ ଟଙ୍କାର ଚେକ୍ ସହ ସ୍ବିଫ୍ଟ ଡିଜଆର କାର୍ ଉପହାର ମିଳିଛି। ପ୍ରଥମ ରନର୍ସ ଅଫ୍ ହୋଇଛନ୍ତି ଜୟପୁରର ଗୌରବ ସରବନ୍। ଆସାମର ରକ୍ତିମ୍ ଠାକୁରିଆ ଓ କେରଳର ଜମରୁଦ ତୃତୀୟ ଓ ଚତୁର୍ଥ ରନର୍ସ ଅଫ୍ ହୋଇଛନ୍ତି। ରୋଜା ସମେତ ଅନ୍ୟ ସମସ୍ତଙ୍କୁ ଏକ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରାଯାଇଛି।

ରାଉରକେଲାର ରୋଜା ହିନ୍ଦୀ ଚଳଚ୍ଚିତ୍ର ‘ପୁକାର୍’ର କ୍ୟା ସେରା.. ଗୀତରେ ରୋଜା ଓ ସନମ୍ ଯୋଡିଙ୍କ ଚିତ୍ତାକର୍ଷକ ନୃତ୍ୟରେ ଟପ୍-୫ ସ୍ଥାନକୁ ଉନ୍ନୀତ ହୋଇଥିଲେ। ସେ ହିନ୍ଦୀ ଚଳଚ୍ଚିତ୍ରର ମାଧୁରୀ, କାଟ୍ରିନା ଓ କରିନା ପରି ଅନେକ ଅଭିନେତ୍ରୀଙ୍କର ସହ କୋରିଓଗ୍ରାଫ୍ର। ଆଗାମୀ ଦିନରେ ବଲିଉଡ଼ରେ ଜଣେ ପ୍ରତିଷ୍ଠିତ କୋରିଓଗ୍ରାଫ୍ର ସ୍ବପ୍ନକୁ ସାକାର କରିବାକୁ ସଂକଳ୍ପ ନେଇଛନ୍ତି। ରାଉରକେଲାର କୋଏଲନଗର ସି ବ୍ଲକରେ ସ୍ବର୍ଗତ ଅଶୋକ ରଣା ଓ ଶିବାନୀ ରଣାଙ୍କ ଏକ ମାତ୍ର ଝିଅ ହେଉଛନ୍ତି ରୋଜା।

ସମ୍ବନ୍ଧିତ ଖବର