ଆଜିଠୁ ରାଉରକେଲାରେ ଖୋଲିଲା ବହି ଦୋକାନ, ସାମାଜିକ ଦୂରତା ନିୟମକୁ କଡ଼ାକଡ଼ି ପାଳନ କରିବାକୁ  ଦୋକାନୀଙ୍କୁ ନିର୍ଦେଶ

ରାଉରକେଲା : ସହରରେ ଖୋଲିଲା ବହି ଦୋକାନ l ସୁନ୍ଦରଗଡ଼ ନିଖିଳ ପବନ କଲ୍ୟାଣ ଏ ସମ୍ପର୍କିତ ନିର୍ଦେଶନାମା ଜାରି କରିଛନ୍ତି l  ଆଜିଠୁ ସକାଳ ୭ଟା ରୁ ଦିନ ୧୧ଟା ପର୍ଯ୍ୟନ୍ତ ବହି ଦୋକାନଗୁଡ଼ିକ ଖୋଲାଯାଇଛି l ସାମାଜିକ ଦୂରତା ନିୟମକୁ କଡ଼ାକଡ଼ି ପାଳନ କରିବାକୁ  ଦୋକାନୀଙ୍କୁ ନିର୍ଦେଶ ଦିଆଯାଉଛି l ଏହାର ଖିଲାପ କଲେ ଦୋକାନ ସିଲ୍  ହେବ ଏବଂ ଦୋକାନୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦେଶନାମାରେ ସ୍ପଷ୍ଟ ଉଲ୍ଳେଖ କରାଯାଇଛି l

ରାଉରକେଲା ସହରର ଉଦିତ ନଗର, ଏସଟିଆଇ, ପାନପୋଷ, କୋଏଲ ନଗର, ଇସ୍ପାତ ମାର୍କେଟ, ସେକ୍ଟର ୧୮, ମଧୁସୂଦନ ମାର୍କେଟ, ଫର୍ଟିଲାଇଜର, ବେଦବ୍ୟାସରେ  ୩୦ରୁ ଅଧିକ ବହି ଦୋକାନ ରହିଛି l ସହରରେ ଉଭୟ ଆଇସିଏସଇ ଓ ସିବିଏସଇ ପରିଚାଳନାଧୀନ ଛୋଟ ବଡ଼ ୧୨୦ରୁ ଅଧିକ ଇଂରାଜି ମାଧ୍ୟମ ସ୍କୁଲ ରହିଛି l୨୫ ହଜାରରୁ ଅଧିକ ପିଲା ପାଠ ପଢୁଛନ୍ତି l ଲକଡାଉନ ପରେ ବହି ଦୋକାନଗୁଡ଼ିକ ବନ୍ଦ ଥିବାରୁ ପିଲାଙ୍କ ପାଠ୍ୟପୁସ୍ତକ ମିଳୁନଥିଲା l ବହି ନ ଥବାରୁ ଅଭିଭାବକମାନେ ସେମାନଙ୍କ ପିଲାଙ୍କୁ ଘରେ ପାଠ ପଢାଇ ପାରୁ ନ ଥିଲେ।

ସମ୍ବନ୍ଧିତ ଖବର