ରାଉରକେଲାରେ ଆଉ ଚାରି କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସେକ୍ଟର ୧୮ ମାର୍କେଟକୁ ସିଲ କଲା ମହାନଗର ପ୍ରଶାସନ

ରାଉରକେଲା : ଆଜି ସକାଳେ ରାଉରକେଲା ନାଲା ରୋଡରୁ ଆଉ ଚାରି କରୋନା ପଜିଟିଭ ଚିହ୍ନଟ ହେବା ପରେ ସେକ୍ଟର ୧୮ ମାର୍କେଟକୁ ମହାନଗର ପ୍ରଶାସନ ସିଲ କରିଥିବା ଜଣାଯାଇଛି। ଏଠାକାର ସୁରକ୍ଷା ବ୍ୟବସ୍ଥାରେ ଚାରି ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିବାର ସୂଚନା ମିଳିଛି।  ସୂଚନାଯୋଗ୍ୟ, ଏହାକୁ ମିଶାଇ ସୁନ୍ଦରଗଡ଼ର କରୋନା ପଜିଟିଭ ସଂଖ୍ୟା ୧୦ରେ ପହଞ୍ଚିଛି l ଏମାନଙ୍କ ମଧ୍ୟରୁ ତିନି ଜଣ ସୁସ୍ଥ ହୋଇ ଫେରିଛନ୍ତି l

ଗତ ୨୬ ତାରିଖରେ ବିଶ୍ରା ଗୁଡ଼ଗୁଡ଼ଜୋରର ଦୁଇ ଓ ନାଲାରୋଡର ଜଣେ କରୋନା ପଜିଟିଭି ଚିହ୍ନଟ ହୋଇଥିଲେ l ଏହା ପରେ ନାଲାରୋଡକୁ କଣ୍ଟେନମେଣ୍ଟ ଓ ଏହା ସଂଲଗ୍ନ ଅଞ୍ଚଳକୁ ବଫର ଜୋନ ଘୋଷଣା କରାଯାଇଛି l ସେହିପରି ନାଲା ରୋଡର ଜଣେ ଦୋକାନୀ ସେକ୍ଟର ୧୮ ଦୋକାନୀଙ୍କ ସଂସ୍ପର୍ଶ ଆସିଥିବା ସନ୍ଦେହ ପରେ ସେକ୍ଟର ୧୮ ମାର୍କେଟର ସମସ୍ତ ମାଛ, ଅଣ୍ଡା, ମାଂସ ଦୋକାନକୁ ମହାନଗର  ପକ୍ଷରୁ ସିଲ କରିଦିଆଯାଇଛି  l ସେକ୍ଟର ୧୮ ଅଞ୍ଚଳର ୨୦ ଜଣଙ୍କୁ ସଂଗରୋଧରେ ରଖାଯାଇଛି l କଣ୍ଟେନମେଣ୍ଟ ଜୋନରେ ସାଢେ ତିନି ହଜାରରୁ ଅଧିକ ଘର ରହିଛି l ଏଥିପାଇଁ ସ୍ୱାସ୍ଥ୍ୟ  ପରୀକ୍ଷାରେ ୮୩ଟି ଟିମ୍, ସାନିଟାଇଜେସନରେ  ୨୦ଟି ଟିମ୍ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇଦେବା ଲାଗି ୧୪ଟି ଟିମ ନିୟୋଜିତ ହୋଇଛନ୍ତି । ଏଥିସହ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ସମ୍ବଲପୁରରୁ ସ୍ୱତନ୍ତ୍ର ଡ଼ାକ୍ତରୀ ଟିମ ମଧ୍ୟ ଆସିଛନ୍ତି l ସୁରକ୍ଷା ଦୃଷ୍ଟିରୁ କଣ୍ଟେନମେଣ୍ଟ ଓ ବଫର ଜୋନ ରେ ୪ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି l

କଣ୍ଟେନମେଣ୍ଟ ଅଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ବ୍ୟତୀତ ଅନ୍ୟ କିଛି ସମସ୍ୟା ସଂପର୍କରେ ତଦାରଖ କରିବା ଲାଗି ରାଉରକେଲା ଅତିରିକ୍ତ ତହସିଲଦାର ଅଭିଜିତ ମହନ୍ତ (ଫୋନ୍ ନଂ – ୮୭୬୩୩୪୩୪୮୪) ଙ୍କୁ ଦାୟିତ୍ୱ ଦିଆଯାଇଛି। ତାଙ୍କୁ ସହଯୋଗ କରିବା ଲାଗି ଦୁଇ ଜଣ ଓଏସଡିଙ୍କୁ ଦାୟିତ୍ୱ ଦିଆଯାଇଛି। ସେମାନେ ହେଲେ ଲକ୍ଷ୍ମଣ କୁମାର ମୁର୍ମୁ ( ଫୋନ ନଂ – ୯୬୬୮୬୮୭୨୯୨) ଓ ସାରଙ୍ଗ ଶୋଭନ ପଟେଲ (ଫୋନ ନଂ – ୮୮୯୫୭୯୦୯୩୭)। ଏମାନେ ବିଶେଷ କରି ଔଷଧପତ୍ର, ଅନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ଏବଂ ଅନ୍ୟ ସେହିପରି କିଛି ସମସ୍ୟା ସଂପର୍କରେ ତଦାରଖ କରିବେ। ତେବେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣର ମୁଖ୍ୟ ତଦାରଖ ଦାୟିତ୍ୱ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡର ଜେନେରାଲ ମ୍ୟାନେଜର (ଅପରେସନ୍ସ) ସଂଜୟ କୁମାର ନନ୍ଦ (ଫୋନ ନଂ -୯୪୩୭୦୯୨୭୨୧ ) ଓ ରାଉରକେଲା ଅତିରିକ୍ତ ଯୋଗାଣ ଅଧିକାରୀ (ଫୋନ ନଂ – ୯୦୭୮୦୬୪୩୫୪)ଙ୍କୁ ଦିଆଯାଇଛି।

ସେହିପରି କଣ୍ଟେନମେଣ୍ଟ ଜୋନର ବିଭିନ୍ନ ସମସ୍ୟା ସଂପର୍କରେ ସୂଚନା ଦେବା ଲାଗି କିମ୍ବା ସମାଧାନ ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବା ଲାଗି ଏକ ସ୍ୱତନ୍ତ୍ର ହେଲ୍ପ ଲାଇନ୍ ଖୋଲାଯାଇଛି। ହେଲ୍ପ ଲାଇନ ନମ୍ବର ହେଲା ୯୪୩୯୯୯୯୯୪୨ ଓ ୯୭୭୭୫୭୮୭୫୮। କଣ୍ଟେନମେଣ୍ଟ ଜୋନର ଜନସାଧାରଣ ବିଶେଷ ଅସୁବିଧା ହେଲେ ଏହି କଣ୍ଟ୍ରୋଲ ରୁମ ନମ୍ବରରେ ଫୋନ କରିବା ଲାଗି ପରାମର୍ଶ ଦିଆଯାଇଛି l

ସମ୍ବନ୍ଧିତ ଖବର