ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ନାଲାରୋଡରେ ୫ କରୋନା ପଜିଟିଭ ଚିହ୍ନଟ ପରେ ସହରରେ ସାମାଜିକ ଦୂରତା କଟକଣାକୁ ଜିଲ୍ଲା ପ୍ରଶାସନ କଡ଼ାକଡ଼ି କରିଛି l ମାଛ, ଚିକେନ ଓ ମାଂସ ଦୋକାନକୁ ସପ୍ତାହରେ ଗୋଟିଏ ଦିନ କେବଳ ରବିବାର ସକାଳ ୭ଟା ରୁ ମଧ୍ୟାହ୍ନ ୧୨ଟା ଯାଏଁ ଖୋଲିବାକୁ ଅନୁମତି ମିଳିଛି l ଜିଲ୍ଲା ପ୍ରଶାସନର ନିର୍ଦେଶନାମାର ୫ ଦିନ ପରେ ଆଜି ସହରର ଆମିଷ ବଜାର ଖୋଲିଛି l
ମାଛ, ଚିକେନ, ମାଂସ ନେବାକୁ ଲୋକମାନେ ଅସମ୍ଭଵ ଭିଡ଼ ଜମାଇଛନ୍ତି l କେହି ସାମାଜିକ ଦୂରତା ନିୟମ ନ ମାନି ପରସ୍ପର ମଧ୍ୟରେ ଠେଲାପେଲା ହେଉଛନ୍ତି l ଲାଭଖୋର ଦୋକାନୀ ମାନେ ମଧ୍ୟ ସେମାନଙ୍କୁ ବାରଣ କରୁନାହାନ୍ତି l ସହରର ମୁଣ୍ଡା ମାର୍କେଟ, ସେକ୍ଟର ୧୯ ଇସ୍ପାତ ମାର୍କେଟ,ବାସନ୍ତୀ ଡିଏଭି ମାଛ ମାର୍କେଟ, କଳିଙ୍ଗ ବିହାର, ପାନପୋଷ ଏନଏସି ମାର୍କେଟ, ସେକ୍ଟର ୨୧ ଷ୍ଟକୟାର୍ଡ଼, ଫର୍ଟିଲାଇଜର, ବନ୍ଧମୁଣ୍ଡା, ବେଦବ୍ୟାସ ଆଦି ଆମିଷ ବଜାରରେ ଲୋକ ଏମିତି ହାଉଜାଉ ହେଉଛନ୍ତି l
ଆରଏମସି ଏନଫୋର୍ସମେଣ୍ଟ ଟିମ, ଜିଲ୍ଲା ପ୍ରଶାସନ ଅମାନିଆଙ୍କୁ ସାବାଡ଼ ନ କଲେ ସଂକ୍ରମଣ ଅଧିକ ଭୟ ରହିଛି l ନାଲାରୋଡ ସହ ସେକ୍ଟର୧୮ ମାର୍କେଟ ଲିଙ୍କ ଆସିବା ପରେ ମାର୍କେଟର ସମସ୍ତ ମାଛ, ଅଣ୍ଡା,ଚିକେନ ମାଂସ ଦୋକାନକୁ ଅନ୍ୟାଦେଶ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି l