ରାଉରକେଲାରେ ଲକ୍ ଡାଉନ୍ ପ୍ରଭାବଶୂନ୍ୟ, ନିୟମକୁ ମାନୁନାହାନ୍ତି ସହରବାସୀ!

ରାଉରକେଲା : ଲକ୍ ଡାଉନର ଦ୍ବିତୀୟ ଦିନ ରାଉରକେଲା ପ୍ରଭାବଶୂନ୍ୟ ରହିଛି l ସହରବାସୀ ନିୟମକୁ ମାନୁନାହାନ୍ତି l ପ୍ରଥମ ଦିନ ଅପେକ୍ଷା ଆଜି ସହର ଚିତ୍ର ସମ୍ପୂର୍ଣ ଓଲଟା ରହିଛି l ସହର ମୁଖ୍ୟ ମାର୍କେଟଠାରୁ ଆରମ୍ଭ କରି ଗଳି କନ୍ଦି ପ୍ରାୟ ସମସ୍ତ ଦୋକାନ ଖୋଲା ରହିଛି l ପ୍ରଶାସନକୁ ସହଯୋଗ ନ କରି ଲୋକେ ଘରୁ ବାହାରି ଗହଳି କରୁଛନ୍ତି l ପୁଲିସ ମଧ୍ୟ ସେମାନଙ୍କୁ ବାରଣ କରୁନାହାନ୍ତି l

ସେପଟେ ଇସ୍ପାତ ସହରାଞ୍ଚଳ ରାସନ, ଜଳଖିଆ,ଔଷଧ, ପନିପରିବା,ମାଛ, ମାଂସ,ଅଣ୍ଡା ଦୋକାନକୁ ଛାଡ଼ି ଅନ୍ୟ ସମସ୍ତ ଦୋକାନ ବନ୍ଦ ରହିଛି l ସୁନ୍ଦରଗଡ ଵସଷ୍ଟାଣ୍ଡ ପ୍ରତୀକ୍ଷାଳୟ ସଫେଇ କରାଯାଉଛି l ରାଉରକେଲାରୁ ଅନ୍ୟ ଜିଲ୍ଲାକୁ ଯାତାୟତ କରୁଥିବା ସମସ୍ତ ବସକୁ କେମିକାଲ ସ୍ପ୍ରେ କରାଯାଉଛି l ଗୋଆ, ଚେନ୍ନାଇ ଫେରନ୍ତା ଦାଦନ ଶ୍ରମିକଙ୍କ ଯାଞ୍ଚ କରାଯାଉଛି l ସୁନ୍ଦରଗଡ଼ରୁ ୧୬ ଅନ୍ତଃରାଜ୍ୟ ଵସ ଚଳାଚଳ ଵନ୍ଦ ରହିଛି l ସେହିପରି ରାଉରକେଲାରୁ ଝାରଖଣ୍ଡ, ବିହାର, ଛତିଶଗଡ଼କୁ ଚାଲୁଥିବା ୪୦ରୁ ଅଧିକ ବସ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛିl

ସହର ସମେତ ପ୍ରତି ପଞ୍ଚାୟତରେ କ୍ଵରାଣ୍ଟିନ ସେଣ୍ଟର ଖୋଲିଛି କି ନାହିଁ,ସହର କେଉଁ କେଉଁ ଜାଗାରେ କ୍ଵରାଣ୍ଟିନ ସେଣ୍ଟର ଖୋଲିବାକୁ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରୁଛନ୍ତି l ଏ ସଂକ୍ରାନ୍ତରେ ଏକ ବୈଠକ ମହାନଗର ଅଫିସରେ ବସିଥିଲା l ସେଠାରେ ଅତିରିକ୍ତ ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ, କମିସନର ଦିବ୍ୟଜ୍ୟୋତି ପରିଡ଼ା, ଆରଜିଏଚ ନିର୍ଦେଶିକା ଡାକ୍ତର ସୁଧା ପ୍ରଧାନ ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ l

ସମ୍ବନ୍ଧିତ ଖବର