ମଧ୍ୟରାତ୍ରିରେ ରାଉରକେଲାରେ କାଳବୈଶାଖୀର ତାଣ୍ଡବ: ଉପୁଡ଼ିଲା ଗଛ, ଭାଙ୍ଗିଲା ଘର

ରାଉରକେଲା : ଗତକାଲି ମଧ୍ୟରାତ୍ରିରେ  କାଳବୈଶାଖୀ ତାଣ୍ଡବ ସ୍ମାର୍ଟସିଟି ରାଉରକେଲାବାସୀଙ୍କ ନିଦ ଭାଙ୍ଗି ଦେଇଥିଲା l ଘଡଘଡି,ପବନ ସହ ପ୍ରବଳ ବର୍ଷା ହୋଇଥିଲା l ପ୍ରାୟ ଦେଢ ଘଣ୍ଟା କ୍ଷୀପ୍ର ବେଗରେ ପବନ ବହିବାରୁ ସହର ଓ ଏହାର ଆଖପାଖ ଅଞ୍ଚଳରେ କ୍ଷତି ଘଟାଇଛି l ବଡ଼ ବଡ଼ ଗଛ ଭାଙ୍ଗିବା ସହ ଉପୁଡ଼ି ପଡ଼ିଛି l

କେତେକ ବସ୍ତି ଓ କଲୋନିରେ ଲୋକଙ୍କ ଘର ବି ଭାଙ୍ଗି ଯାଇଛି l ଉଦିତନଗର ଶୀତଲପଡ଼ାରେ ଗଛ ପଡ଼ି ଚାରିରୁ ଅଧିକ ଘର ଭାଙ୍ଗିଯାଇଛି l ସେଲଟାସ୍କ କଲୋନିରେ ଅନୁରୂପ କ୍ଷତି ଘଟିଛି l ବଡ଼ ବଡ଼ ଗଛ ଉପୁଡ଼ି ଘରଗୁଡ଼ିକ ଉପରେ ପଡ଼ି ବ୍ୟାପକ କ୍ଷତି ହୋଇଛି l ପରିବାର ଲୋକ ଘରୁ ବାହାରି ଆସିଥିବାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି l ଘରଗୁଡ଼ିକ ଖୋଲା ଆକାଶ ତଳେ ପଡ଼ିଛନ୍ତି l ସେହିପରି କାଳବୈଶାଖୀ ସେକ୍ଟର-୫ର ଗୋଲଘର, ଫର୍ଟିଲାଇଜର, ବନ୍ଧମୁଣ୍ଡା ଆଦି ଅଞ୍ଚଳରେ ବ୍ୟାପକ କ୍ଷତି ଘଟାଇଛି l

 

ସମ୍ବନ୍ଧିତ ଖବର