କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ରାଉରକେଲାର ତିନିଟି ସରକାରୀ କାର୍ଯ୍ୟାଳୟ ବନ୍ଦ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲାର ତିନିଟି ସରକାରୀ କାର୍ଯ୍ୟାଳୟର କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ଉକ୍ତ ତିନିଟି ସରକାରୀ କାର୍ଯ୍ୟାଳୟକୁ ବନ୍ଦ କରାଯାଇଥିବାର ସୂଚନା ମିଳିଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ଜଣେ ଅଧିକାରୀ ଓ ଜଣେ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ପରେ ପାନପୋଷ ଉପଜିଲ୍ଲାପାଳ ଏବଂ ସହକାରୀ ଯୋଗାଣ ଅଧକାରୀଙ୍କ ଅଫିସକୁ ବନ୍ଦ କରାଯାଇଛି l ଦୁଇଟି ଅଫିସକୁ ବିଶୋଧନ କରାଯାଉଛି l ଏଥିସହ ରାଉରକେଲା ତହସିଲ ଅଫିସର ଜଣେ କର୍ମଚାରୀ ମଧ୍ୟ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି l ଏହାପରେ ରାଉରକେଲା ତହସିଲ କାର୍ଯ୍ୟାଳୟକୁ ବି ବନ୍ଦ କରାଯାଇଥିବାର ସୂଚନା ମିଳିଛି। ତହସିଲ କାର୍ଯ୍ୟାଳୟକୁ ବି ବିଶୋଧନ କରାଯାଉଛି l

ପାନପୋଷ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ୨ ଦିନ ଲାଗି ବନ୍ଦ କରାଯାଇଛି। ଆଜି ଓ ଆସନ୍ତାକାଲି ପାନପୋଷ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବନ୍ଦ ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ରାଉରକେଲା ତହସିଲ କାର୍ଯ୍ୟାଳୟ ଓ ସହକାରୀ ଯୋଗାଣ ଅଧକାରୀଙ୍କ କାର୍ଯ୍ୟାଳୟକୁ କେତେ ଦିନ ଲାଗି ବନ୍ଦ କରାଯିବ ସେନେଇ କୌଣସି ସୂଚନା ମିଳି ନାହିଁ।
ସୂଚନାଯୋଗ୍ୟ, ଗତକାଲି ସୁନ୍ଦରଗଡ଼ ଜିଲ୍ଲାରୁ ୭୬ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହାପରେ ସୁନ୍ଦରଗଡ଼ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୧୧ରେ ପହଞ୍ଚିଥିଲା

ସମ୍ବନ୍ଧିତ ଖବର