ରାଉରକେଲା ସମେତ ସୁନ୍ଦରଗଡ଼ ଜିଲ୍ଲାରେ ଜନତା କର୍ଫ୍ୟୁର ପ୍ରଭାବ, ସବୁଠି ଖାଁ ଖାଁ 

ରାଉରକେଲା : ସକାଳୁ ରାଉରକେଲାରେ ଦେଖିବାକୁ ମିଳିଛି ଜନତା କର୍ଫ୍ୟୁର ପ୍ରଭାବ । ଷ୍ଟେସନଠାରୁ ଆରମ୍ଭ କରି ବିଭିନ୍ନ ରାଜରାସ୍ତା ସବୁଠି ଶୂନଶାନ୍ l ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ କ୍ରମେ ଆଜି ସାରା ଦେଶରେ ଜନତା କର୍ଫ୍ୟୁ । ତେବେ ଏହାର ବିଶେଷ ପ୍ରଭାବ ଦେଖିବାକୁ ମିଳିଛି ରାଉରକେଲାରେ । ରେଳ ଷ୍ଟେସନଠାରୁ ଆରମ୍ଭ କରି ଜନଗହଳିପୂର୍ଣ୍ଣ ସ୍ଥାନ ସବୁ ଖାଁ ଖାଁ।

କରୋନାର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀଙ୍କ ଏହି ସଚେତନତା ବାର୍ତ୍ତାକୁ ଲୋକମାନେ ମାନି ଘରୁ ବାହାରି ନ ଥିବା ବେଳେ ଦୋକାନ ବଜାର ସବୁ ବନ୍ଦ ରହିଛି । ରାଉରକେଲା ସମେତ ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର, ରାଜଗାଙ୍ଗପୁର, ବିଶ୍ରା,ବଣାଇ,ସୁନ୍ଦରଗଡ଼ରେ ମଧ୍ୟ ରାଜରାସ୍ତା ଜନଶୂନ୍ୟ ରହିଛି।

କର୍ଫ୍ୟୁକୁ ନେଇ ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀ ବହୁଳ ଅଞ୍ଚଳରେ ଲୋକେ ବାହାରକୁ ବାହାରି ନ ଥିବା ବେଳେ ଗାଈଗୋରୁଙ୍କୁ ମଧ୍ୟ ବାହାରକୁ ଛାଡ଼ି ନ ଥିବା ଦେଖିବାକୁ ମିଳିଛି । ଆଉ କିଛି ଗ୍ରାମବାସୀ କରୋନାକୁ ନେଇ ବିଶେଷ କିଛି ଅବଗତ ନ ଥାଇ ମଧ୍ୟ ଜନତା କର୍ଫ୍ୟୁ ସମୟରେ ସତର୍କତା ଅବଲମ୍ବନ କରିଥିବା ଦେଖିବାକୁ ମିଳିଛି ।

ସମ୍ବନ୍ଧିତ ଖବର