ରାଉରକେଲାରେ ସଫେଇ କର୍ମଚାରୀମାନଙ୍କୁ ଫୁଲମାଳ ପିନ୍ଧାଇଲେ ସ୍ଥାନୀୟ ବାସିନ୍ଦା

ରାଉରକେଲା: ମହାମାରୀ କୋରୋନା ମୁକାବିଲା ପାଇଁ ସବୁଠି ଲକଡାଉନ । ଲୋକଙ୍କୁ ଘରୁ ନ ବାହାରିବା ପାଇଁ ସରକାର ବି ବାରଣ କରିଛନ୍ତି । ଶୂନଶାନ ରାସ୍ତା ଘାଟ ଓ ଗଳିକନ୍ଦିରେ ଲକଡାଉନକୁ ଖାତିର ନ କରି ନିଜ ଜୀବନକୁ ବାଜି ଲଗାଇ ସଫେଇ କର୍ମଚାରୀମାନେ ନିଜ କାର୍ଯ୍ୟରେ ଲାଗିପଡ଼ିଛନ୍ତି । ସେମାନଙ୍କର ଏହିପରି ନିଷ୍ଠାପର କାମକୁ ସ୍ଥାନୀୟଲୋକେ ତାଳିମାରି ସ୍ୱାଗତ ଜଣାଇଛନ୍ତି l
ଆଜି ରାଉରକେଲା ତେଲୁଗୁପଡା ଅଞ୍ଚଳରେ ସ୍ଥାନୀୟ ବାସିନ୍ଦାମାନେ, ସଫେଇ କର୍ମଚାରୀମାନଙ୍କୁ ଫୁଲ ମାଳ ପିନ୍ଧାଇ ସମ୍ବର୍ଦ୍ଧିତ କରିଛନ୍ତି l ନିଷ୍ଠାପର କାର୍ଯ୍ୟ ପାଇଁ ସେମାନଙ୍କୁ ସାବାସୀ ମଧ୍ୟ ଦେଇଛନ୍ତି । ପିନ୍ଧା ଯାଇଥିବା ଫୁଲ ମାଳରେ ପ୍ରୋତ୍ସାହନ ରାଶି ମଧ୍ୟ ଦେଇଥିଲେ । ତେବେ ଲୋକଙ୍କ ଏଭଳି ସମର୍ଥନକୁ ନେଇ ସଫେଇ କର୍ମଚାରୀମାନେ ଖୁସି ବ୍ୟକ୍ତ କରିଛନ୍ତି l

ସମ୍ବନ୍ଧିତ ଖବର