ରାଉରକେଲା: ଲକଡାଉନର ଫାଇଦା ଉଠାଇ ସ୍ମାର୍ଟ ସିଟିରେ ଚାଲିଛି ବ୍ୟାପକ କଳାବଜାରୀ । ଅତ୍ୟାବଶ୍ୟକ ସାମଗ୍ରୀର ବିକ୍ରି ପାଇଁ ଅନୁମତି ରହିଛି l କିନ୍ତୁ କିଛି ବ୍ୟବସାୟୀ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି ଆଳରେ ବ୍ୟାପକ କଳାବଜାରୀ କରୁଛନ୍ତି l ତମ୍ବାଖୁ ଜାତୀୟ ଦ୍ରବ୍ୟ, କୋଲଡ ଡ୍ରିଂକ୍ସ ଆଦି ବିକିବାକୁ ଅନୁମତି ନଥିବା ସତ୍ତ୍ୱେ ଏସବୁ ସାମଗ୍ରୀ ଖୁଲମଖୁଲା ବିକ୍ରି କରୁଛନ୍ତି। ଏମିତି ଅଭିଯୋଗ ଆସିବା ପରେ ଆଜି ସକାଳ ପ୍ରାୟ ୧୦ଟାରେ ଆରଏମସି, ଲକଡାଉନ ଏନଫୋର୍ସର ୫ଟି ଟିମ ପୁଲିସ ସହ ବିଶ୍ରା ଡାହାର ରୋଡ଼,ଡେଲିମାର୍କେଟ, ପ୍ଲାଣ୍ଟସାଇଟ, ଟ୍ରାଫିକ ଗେଟ,ମଧୁସୂଦନ ମାର୍ଗ,ଉଦିତନଗର କଚେରୀ ରୋଡ଼ର ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନକୁ ଛାଡି ଅନ୍ୟ ଜିନିଷ ବିକୁଥିବା ଦୋକାନରେ ଅଚାନକ ଚଢାଉ କରିଥିଲେ l ସେଠାରୁ ବହୁତ ମାତ୍ରାରେ ଗୁଟଖା,ଖଇନି, ସିଗାରେଟ,କୋଲଡ଼ ଡ୍ରିଙ୍କସ ଭଳି ସମଗ୍ରୀ ଜବତ କରି ନିଆଁ ଲଗାଇ ପୋଡି ଦେଇଥିଲେ ।
/sambad/media/post_attachments/wp-content/uploads/2020/04/325a93ad-c7e8-4452-b58d-1912d9b4d1a5-1024x768.jpg)
ଉଦିତନଗର କଚେରୀ ରୋଡର ଦୟାଲ ଏଣ୍ଟରପ୍ରାଇଜେଏସ, ବିଶ୍ରା ଡାହାର ରୋଡର ଗୋବିନ୍ଦ ଏଣ୍ଟରପ୍ରାଇଜେସ ମାଲିକଙ୍କଠାରୁ ଯଥାକ୍ରମେ ୨୦ ଓ ୩୦ ହଜାର ଏମିତି ମୋଟ 50 ହଜାର ଜରିମାନା ଅସୁଲ କରାଯାଇଛି । ସେପଟେ ହୋଲସେଲ ଦୋକାନରୁ ବେପାରୀମାନେ ଚଢା ଦରରେ ସାମଗ୍ରୀ କିଣିବା ପରେ ବଜାରରେ ଅଧିକ ଦରରେ ବିକ୍ରି କରିଛନ୍ତି । ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି ଆଳରେ ଏହି ସବୁ ସାମଗ୍ରୀ ବିକ୍ରି ଖବର ପାଇବା ପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା l ସେହିଭଳି ସହରର ଜଣ ସୁନା ଦୋକାନରେ କୋଲଡ଼ ଡ୍ରିଙ୍କସ ବିକ୍ରି ଘଟଣା ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଦୋକାନକୁ ସିଲ କରାଯାଇଛି l ଆଜି ଠୁ ଆରମ୍ଭ ହୋଇଥିବା କାର୍ଯ୍ୟାନୁଷ୍ଠାନ ଆଗାମୀ ଦିନରେ ଜାରି ରହିବ ବୋଲି ଆରଏମସି ପକ୍ଷରୁ କୁହାଯାଇଛି l
/sambad/media/post_attachments/wp-content/uploads/2020/04/rklo-300x138.jpg)
ଅପରପକ୍ଷରେ ଆଜି ରାଉରକେଲାରେ ସାମାଜିକ ଦୂରତ୍ୱ ଉଲ୍ଲଂଘନର ଅଭିଯୋଗ ବି ଆସିଛି। ଆଜି ରାଉରକେଲା ଝିରପାଣିସ୍ଥିତ ସାପ୍ତାହିକ ହାଟରେ ଗ୍ରାହକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ପୂର୍ବଥର ମଧ୍ୟ ଏଠାରେ ଏଭଳି ଭିଡ଼ ଦେଖିବାକୁ ମିଳିଥିଲା। କିନ୍ତୁ ଭିଡ଼ ହ୍ରାସ କରିବାରେ ପ୍ରଶାସନ କୌଣସି ପଦକ୍ଷେପ ନେଇ ନ ଥିବାରୁ ଆଜି ମଧ ସମାନ ଦୃଶ୍ୟ ଦେଖିବାକୁ ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/rkl-4.jpg)