ଜେଇଇ ମେନ୍‌ରେ ରାଉରକେଲା ଛାତ୍ରଛାତ୍ରୀଙ୍କ ସଫଳତା, ଦିଲ୍ଲୀ ପବ୍ଲିକ ସ୍କୁଲ ଆଗରେ

ରାଉରକେଲା: ଜେଇଇ ମେନ୍‌ ପରୀକ୍ଷାର ଫଳାଫଳ ଆଜି ପ୍ରକାଶିତ ହୋଇଯାଇଛି। ପୂର୍ବବର୍ଷ ଭଳି ଏଥର ମଧ୍ୟ ରାଉରକେଲାର ଛାତ୍ରଛାତ୍ରୀ ଉତ୍କୃଷ୍ଟ ପ୍ରଦର୍ଶନ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ, ଏଥର ଦିଲ୍ଲୀ ପବ୍ଲିକ ସ୍କୁଲ(ଡିପିଏସ୍‌)ର ଛାତ୍ରଛାତ୍ରୀ ଉତ୍ତମ ପ୍ରଦର୍ଶନ କରିଛନ୍ତି। ଚଳିତବର୍ଷ ଜେଇଇ ମେନ୍‌ ପରୀକ୍ଷାରେ ରାଉରକେଲାସ୍ଥ ଡିପିଏସ୍‌ର କାଳିଚରଣ ଚିନ୍ମୟ ସାମଲ ସର୍ବାଧିକ ୯୯.୫୦% ପ୍ରତିଶତ ରଖିଥିବାବେଳେ ଏହି ସ୍କୁଲର ଅଦିତ ଜେନା ୯୯.୪୫% ଓ ଦୀପିକା ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଆଶୁତୋଷ ଦାଶ ୯୯.୩୯% ରଖିଛନ୍ତି।

ଚଳିତବର୍ଷ ଡିପିଏସ୍‌ର ପାଖାପାଖି ୧୪ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ୯୫ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି। ସେମାନେ ହେଉଛନ୍ତି କାଳିଚରଣ ଚିନ୍ମୟ ସାହୁ(୯୯.୫%), ଅଦିତ ଜେନା(୯୯.୪୫%), ପ୍ରତୀକ ପାତ୍ର(୯୯.୨୯%), ଆର୍ୟନ ପଟେଲ(୯୮.୮୬%), ସୌମ୍ୟ ରଞ୍ଜନ ସାହୁ(୯୮.୦୨%), ଅନୁଭବ ସାହୁ(୯୭.୯୯%), ପ୍ରିୟଙ୍କା ଗିରି(୯୬.୪୧%), ପ୍ରାପ୍ତି ମିଶ୍ର(୯୬.୬୯%), ନିଶାନ୍ତ ବାନାର୍ଜୀ(୯୬.୦୧%), ସ୍ବସ୍ତିକ ବିଶ୍ବାଳ(୯୬.୨୨%), ସ୍ବପ୍ନିଲ ଖାଡ଼ଙ୍ଗା(୯୫.୭୦%), ପ୍ରିୟାଂଶୁ ମହାନ୍ତି(୯୫.୩୦%), ରୁଦ୍ର ପ୍ରସନ୍ନ(୯୫.୦୭%) ଓ ଅଂଶୁମାନ ପଣ୍ଡା(୯୫.୪୮%)। ସେହିଭଳି ଦୀପିକା ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଆଶୁତୋଷ ଦାଶ ୯୯.୩୯% ରଖିଥିବାବେଳେ ଅଙ୍କିତ ପଟେଲ ୯୭.୮୯%, ଆର୍ୟନ ପଢ଼ିହାରୀ ୯୭.୩୦%, ଜ୍ୟୋତି ଆର. ନାୟକ ୯୬.୦୭%, ମାନସ ନାୟକ ୯୫.୭୭% ଓ ଆୟୂଷ ମହାନ୍ତି ୯୦.୭୮% ରଖିଛନ୍ତି। ଏତଦ୍‌ବ୍ୟତୀତ ଡିଏଭି ପବ୍ଲିକ ସ୍କୁଲର ଦିବ୍ୟ ରଞ୍ଜନ ସାମଲ ସର୍ବାଧିକ ୯୯ ପ୍ରତିଶତ ରଖିଥିବାବେଳେ ଆଶିଷ ସାମନ୍ତ ୯୮.୦୮%, ସତ୍ୟ ପ୍ରକାଶ ଜେନା ୯୮%, ମନୀଷ ଚୌଧୁରୀ ୯୬.୪୩%, ତଭିଷି ଅଗ୍ରୱାଲ ୯୨%, ସ୍ମୃତି ଶ୍ରୀୟା ରାଉତ ୯୧% ମାର୍କ ରଖିଛନ୍ତି।

ସମ୍ବନ୍ଧିତ ଖବର