ରାଉରକେଲା: ରେଳଲାଇନ ମରାମତି କାର୍ଯ୍ୟର ପ୍ରତିବନ୍ଧକ ଦୃଷ୍ଟିରୁ ରାଉରକେଲା-ଝାରସୁଗୁଡା ମେମୁ ପାସେଞ୍ଜର ବାତିଲ ହୋଇଛି। ରାଉରକେଲା-ଝାରସୁଗୁଡା ମେମୁ ଆସନ୍ତା ୧୪, ୧୫ ଓ ୧୯ ତିନି ବାତିଲ କରାଯାଇଛି। ଝାରସୁଗୁଡା-ରାଉରକେଲା (୦୮୧୬୮) ମେମୁ ମଧ୍ୟ ଅନୁରୂପ ତିନି ଦିନ ବାତିଲ ହୋଇଛି।
ସେମିତି ହଟିଆ-ଝାରସୁଗୁଡା (୧୮୧୭୫) ମେମୁ ଏକ୍ସପ୍ରେସ୍ର ଛାଡିବା ସମୟ ପରିବର୍ତ୍ତନ କରାଯାଇଛି। ଏହି ଟ୍ରେନ୍ ଆସନ୍ତା ୧୫ ଓ ୧୯ ତାରିଖ ଅପରାହ୍ନ ୧୨ଟା ୫୦ ମିନିଟ୍ରେ ଛାଡିବା ପରିବର୍ତ୍ତେ ୨ଟା ୫ ମିନିଟିରେ ହଟିଆ ଷ୍ଟେସନରୁ ଛାଡିବ। ଅନୁରୂପ ଭାବେ ଝାରସୁଗୁଡା-ହଟିଆ ମେମୁ ଏକ୍ସପ୍ରେସ୍ ପୂର୍ବାହ୍ନ ୮ଟା ୨୫ ମିନିଟ୍ରେ ଛାଡିବା ପରିବର୍ତ୍ତେ ଝାରସୁଗୁଡା ଷ୍ଟେସନରୁ ପୂର୍ବାହ୍ନ ୧୦ଟା ୪୫ ମିନିଟ୍ରେ ଛାଡିବ। ଦକ୍ଷିଣପୂର୍ବ ରେଳବାଇ ପକ୍ଷରୁ ଜାରି ପ୍ରେସ୍ ଇସ୍ତାହାରରେ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/154922ee-d02e-4ecb-b496-0310e4cbdc61.jpg)