ରାଉକେଲା ଅର୍ବାନ ବ୍ୟାଙ୍କ ନିର୍ବାଚନ, ଦିଲୀପଙ୍କ ପ୍ୟାନେଲରେ ୨ ନିର୍ଦ୍ଦେଶକ ନିର୍ଦ୍ବନ୍ଦରେ ନିର୍ବାଚିତ!

ରାଉରକେଲା: ଆସନ୍ତା ୧୯ରେ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ରାଉରକେଲା ଅର୍ବାନ କୋ -ଅପରେଟିଭ ନିର୍ବାଚନ। ଦିଲ୍ଲୀପ ମହାପାତ୍ର ଓ ଆଦିତ୍ୟ ମହାପାତ୍ର ଦୁଇଟି ପ୍ୟାନେଲରେ ନିର୍ଦ୍ଦେଶକମାନେ ନାଙ୍କନପତ୍ର ଦାଖଲ କରିଥିଲେ। ନାମାଙ୍କନ ଯାଞ୍ଚ ବେଳେ ଆଦିତ୍ୟ ମହାପାତ୍ରଙ୍କ ପ୍ୟାନେଲ୍‌କୁ ଆରମ୍ଭରୁ ଧକ୍କା ଲାଗିଛି। ନାମାଙ୍କନ ଯାଞ୍ଚବେଳେ ଦୁଇ ନିର୍ଦ୍ଦେଶକ ଖୋଦ୍‌ ଆଦିତ୍ୟ ମହାପାତ୍ର (ସଭାପତି ପ୍ରାର୍ଥୀ) ଓ ସୁଦର୍ଶନ ମିଶ୍ରଙ୍କ ନାମାଙ୍କନ ପତ୍ରକୁ ନିର୍ବାଚନ ଅଧିକାରୀ ତଥା ପାନପୋଷ ଉପଜିଲ୍ଲାପାଳ ଦୌଲତ ଚନ୍ଦ୍ରାକାର ନାକଚ କରିଛନ୍ତି। ଅର୍ଥାତ୍‌ ଆଦିତ୍ୟ ମହାପାତ୍ର ଓ ସୁଦର୍ଶନ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିପାରିବେ ନାହିଁ।

ଆଦିତ୍ୟ ମହାପାତ୍ର ଲଢ଼ୁଥିବା ୧ ନଂ ସମ୍ବିଧାନରୁ କୃଷ୍ଣ ପଟ୍ଟନାୟକ ଓରଫ ବାବୁଲା ନିଦ୍ବର୍ନ୍ଦରେ ନିର୍ବାଚିତ ହେବାକୁ ଯାଉଛନ୍ତି। କାରଣ ଏହି ସମ୍ବିଧାନରେ ପ୍ରାର୍ଥୀପତ୍ର ଦାଖଲ କରିଥିବା ଅନ୍ୟ ଜଣେ ପ୍ରତିନିଦ୍ବନ୍ଦୀ ସୁକାନ୍ତ ମିଶ୍ର ନିଜର ନାମାଙ୍କନପତ୍ର ପ୍ରତ୍ୟାହାର କରିବାକୁ ଯାଉଥିବା ଶୁଣିବାକୁ ମିଳୁଛି। ଅର୍ଥାତ୍‌ ବାବୁଲା ପଟ୍ଟନାୟକ ଏକପ୍ରକାର ନିର୍ଦ୍ବନ୍ଦରେ ହେବାକୁ ଯାଉଛନ୍ତି। କେବଳ ନିର୍ବାଚନ ଅଧିକାରୀଙ୍କ ଚୂଡାନ୍ତ ତାଲିକାକୁ ‌ଅପେକ୍ଷା। ସେମିତି ୭ ନଂ ସମ୍ବିଧାନରୁ ସୁଦର୍ଶନ ମିଶ୍ରଙ୍କ ପ୍ରାର୍ଥିପତ୍ର ନାକଚ ହେବା ପରେ ଦିଲୀପଙ୍କ ପ୍ୟାନେଲରେ ଆଉ ଜଣେ ନିର୍ଦ୍ଦେଶକ ପ୍ରାର୍ଥୀ ଶଙ୍କର ଜେନା ନିଦ୍ବର୍ନ୍ଦରେ ନିର୍ବାଚିତ ହୋଇଛନ୍ତି। ନିର୍ବାଚନ ଅଧିକାରଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଆଦିତ୍ୟ ମହାପାତ୍ର ଏକ କାର୍‌ ଟୁର୍‌ ବିଲ୍‌ ବାବଦରେ ୧୭ ହଜାର ୯୮୫ ଟଙ୍କା ବ୍ୟାଙ୍କକୁ କ୍ଷତି ପହଞ୍ଚାଇଥିଲେ।

ବୋର୍ଡ ବୈଠକରେ ୧୭ ହଜାର ୯୮୫ ଟଙ୍କା ଦେଇ ଦେବାକୁ ଶ୍ରୀ ମହାପାତ୍ର ସେତେବେଳେ କହିଥିଲେ। ପରବର୍ତ୍ତୀ ସମୟରେ ଖିଲାପ କରିଥିଲେ। ସେମିତି ସୁଦର୍ଶନ ମିଶ୍ର ବ୍ୟାଙ୍କର ନିର୍ଦ୍ଦେଶକ ପଦରେ ଥାଇ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ବୀମା ବ୍ୟବସାୟ କରୁଥିଲେ। ଏ ଦୃଷ୍ଟିରୁ ନିର୍ବାଚନ ଅଧିକାରୀ ଶ୍ରୀ ଚନ୍ଦ୍ରାକାର ଦୁହିଁଙ୍କ ନାମାଙ୍କପତ୍ର ପତ୍ରକୁ ନାକଚ କରିଥିଲେ। ଉଲ୍ଲେଖଯୋଗ୍ୟ, ରାଉରକେଲା ଅର୍ବାନ-କୋ ଅଭରେଟିଭ୍‌ ବ୍ୟାଙ୍କର ମୋଟ ୨୦ ହଜାର ୯୦୦ ଅଂଶୀଦାର (ଭୋଟର)  ରହିଛନ୍ତି। ସମ୍ବିଧାନ ନଂ ୧ ଓ ୭ରେ ଦିଲୀପଙ୍କ ପ୍ୟାନେଲ୍‌କୁ ସଫଳତା ମିଳିବାକୁ ଯାଉଛି। ପ୍ରତ୍ୟେକ ସମ୍ବିଧାନରେ ୧୩୯୯ ଭୋଟର ରହିଛନ୍ତି। ୧୫ ନିର୍ଦ୍ଦେଶକଙ୍କ ମଧ୍ୟରୁ ଗୋଟିଏ ଏସ୍‌ସି, ଗୋଟିଏ ଏସ୍‌ଟି, ଗୋଟିଏ ଓବିସି/ଏସ୍‌ଇବିସି ଓ ଅନ୍ୟ ଦୁଇଟି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି।  ଅନ୍ୟ ୧୦ଟି ସମ୍ବିଧାନ ଅଣସଂଣକ୍ଷିତ ରହିଛି।

ପ୍ରତିଦ୍ବନ୍ଦିତା କରିବାକୁ ଯାଉଥିବା ନିର୍ଦ୍ଦେଶକମାନେ  ଅସାନ୍ତା ୨୯ରୁ ୩୧ତାରିଖ ପର୍ଯ୍ୟନ୍ତ  (ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୨ଟା) ମଧ୍ୟରେ ପାନପୋଷ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିଜର ନାମାଙ୍କନପତ୍ର ଦାଖଲ କରିବେ।  ଆସନ୍ତକାଲି (ରବିବାର) ନାମାଙ୍କନ ପତ୍ର ପ୍ରତ୍ୟାହାର, ୬ରେ ପ୍ରାର୍ଥୀଙ୍କ ଚୂଡାନ୍ତ ତାଲିକା ପ୍ରକାଶ ପାଇବ। ଆସନ୍ତା ୧୯ ଜୁନ୍‌ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟଗ୍ରହଣ କରାଯିବ। ସେହି ଦିନ ଗଣତି ପରେ ଫଳାଫଳ ଘୋଷଣା କରାଯିବ।

ସମ୍ବନ୍ଧିତ ଖବର