ରାଉରକେଲା: ଅର୍ବାନ୍‌ ଏଜୁକେସ୍‌ନାଲ୍‌ କଂପ୍ଲେକ୍ସର ୪ ସ୍ଥାନରେ ଭିଜିଲାନ୍‌ସ୍‌ ଚଢ଼ାଉ

ରାଉରକେଲା: ଆଜି ସକାଳ ଦଶଟା ପରେ ରାଉରକେଲା ଠାରେ ଥିବା ଅର୍ବାନ୍‌ ଏଜୁକେସ୍‌ନାଲ୍‌ କମ୍ପ୍ଲେକ୍ସର ୪ଟି ସ୍ଥାନରେ ଏକକାଳୀନ ଭିଜିଲାନ୍‌ସ୍‌ ବିଭାଗ ତରଫରୁ ଚଢ଼ଉ କରାଯାଇଛି।

ରାଉରକେଲା ଭିଜିଲାନ୍‌ସ୍‌ ଡିଏସ୍‌ପି ଦିଲୀପ କୁମାର କରଙ୍କ ନେତୃତ୍ୱରେ କମ୍ପ୍ଲେକ୍ସର ଉଦିତ ନଗରଠାରେ ଥିବା ୨ଟି ଏବଂ ବେଦବ୍ୟାସ୍‌ ଠାରେ ଥିବା ଗୋଟିଏ ଏବଂ ଏସ୍‌ଆଇଟି ଛକରେ ଥିବା ଅଧିକାରୀମାନେ ଗୋଦାମରେ ଚଢ଼ାଉ କରିଥିଲେ ।

ଏହି କମ୍ପ୍ଲେକ୍ସ୍‍ଗୁଡ଼ିକରେ ୮୩୫ ଜଣ ଏସ୍‌ଟି ଓ ଏସ୍‌ସି ପିଲାଙ୍କୁ ରଖାଯାଇ ଶିକ୍ଷା ଦିଆ ଯାଉଛି। ପିଲାଙ୍କ ଖାଇବା ପାଇଁ ଗୋଦାମରୁ ଯେଉଁ ଚାଉଳ ଅଣାଯାଉଛି ତାହାକୁ ହେରଫେର କରାଯାଉଛି ବୋଲି କିଛି ଦିନ ହେବ ଅଭିଯୋଗ ହୋଇ ଆସୁଥିଲା। ତାହାକୁ ଆଧାର କରି ଆଜି ଭିଜିଲାନ୍ସ ତରଫରୁ ଚଢ଼ାଉ ହୋଇଥବା କଥା କୁହାଯାଉଛି।

ସମ୍ବନ୍ଧିତ ଖବର