ରାଉରକେଲାର ୬ ୟୁପିଏଚ୍‌ସିକୁ ଆଇଏସ୍‌ଓ ୯୦୦୧ ମାନ୍ୟତା

ଭୁବନେଶ୍ୱର : ରାଉରକେଲା ମ୍ୟୁନିସିପାଲଟି ଅଧୀନରେ ଥିବା ୬ଟି ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ବା ୟୁପିଏଚ୍‌ସିକୁ ଆଇଏସ୍‌ଓ ୯୦୦୧: ୨୦୧୫ ମାନ୍ୟତା ମିଳିଛି। ଓପିଡି ସେବା, ନିରାମୟ, ପରିବାର ନିୟୋଜନ, ଟିକାକରଣ, ଯୋଗ ଭଳି ଅନ୍ୟାନ୍ୟ ସେବାକୁ ନେଇ ଏହି ସାର୍ଟିଫିକେଟ୍ ପ୍ରଦାନ କରାଯାଇଥାଏ। ରାଉରକେଲାର ଡିଏଭିଏମ୍‌ସି, ୟୁଏଫ୍‌ଡବ୍ଲୁସି, ବାଲୁଘାଟ, ସେକ୍ଟର-୬, କୋଏଲ ନଗର, ତିଲିକାନଗର ଓ ଛେଣ୍ଡ କଲୋନି ୟୁପିଏଚ୍‌ସି ଏହି ମାନ୍ୟତା ହାସଲ କରିଛି। ନୂଆଦିଲ୍ଲୀସ୍ଥିତ ଓଟାବୁ ସଂସ୍ଥା ପକ୍ଷରୁ ଏହି ସାର୍ଟିଫିକେକସନ୍‌ ପ୍ରଦାନ କରାଯାଇଛି। କୋଭିଡ୍‌ ଭଳି ମହା‌ମାରୀରେ ମଧ୍ୟ ଲୋକମାନଙ୍କୁ ଉତ୍ତମ ଚିକିତ୍ସା ସୁବିଧା ପ୍ରଦାନ କରାଯିବା ଉପରେ ଗୁରୁତ୍ବ ଦିଆଯାଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ସେହିପରି ୨୦୧୯/୨୦ବର୍ଷରେ ୪ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ବା ପିଏଚ୍‌ସି ନାସନାଲ କ୍ବାଲିଟି ଆସ୍ୟୁରାନ୍‌ସ ଷ୍ଟାଣ୍ଡାର୍ଡ ବା ଏନ୍‌କ୍ବୁଏସ୍‌, ୧୩ଟି ପିଏଚ୍‌ସିକୁ ଆଇଏସ୍‌ଓ ୯୦୦୧:୨୦୧୫ ମାନ୍ୟତା, ୬୬ଟି ସହରାଞ୍ଚଳ ପିଏଚ୍‌ସି/ସିଏଚ୍‌ସିକୁ ‘କାୟାକଳ୍ପ’ ପୁରସ୍କାର ମିଳିଛି। ଫଳରେ ଓଡ଼ିଶା ଦେଶରେ ‘କାୟାକଳ୍ପ’ ପୁରସ୍କାର ହିସାବରେ ଏକ ଅଗ୍ରଣୀ ରାଜ୍ୟ ପାଲଟିଛି।

ସମ୍ବନ୍ଧିତ ଖବର