ଯୋଗଦେଲେ ରାଉରକେଲାର ନୂଆ ଏଡିଏମ୍

ରାଉରକେଲା : ରାଉରକେଲାର ନୂତନ ଅତିରିକ୍ତ ଜିଲ୍ଲାପାଳ (ଏଡ଼ିଏମ୍) ଭାବେ ଡକ୍ଟର ଶୁଭଙ୍କର ମହାପାତ୍ର ଯୋଗଦେଇଛନ୍ତି। ସେ ଏଡିଏମ୍ ସହ ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) କମିଶନର, ସ୍ମାର୍ଟସିଟି ସିଇଓ ଓ ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ (ଆରଡିଏ) ଦାୟିତ୍ବ ତୁଲାଇବେ। ଆର୍‌ଏମ୍‌ସି କମିଶନର, ସ୍ମାର୍ଟସିଟି ସିଇଓ ଓ ଅତିରିକ୍ତ ଜିଲ୍ଲାପାଳ ଦାୟିତ୍ବରେ ଥିବା ଦିବ୍ୟଜ୍ୟୋତି ପରିଡା ପଦୋନ୍ନତି ପାଇ ସମ୍ବଲପୁର ଜିଲ୍ଲାପାଳ ହୋଇଥିଲେ। ତାଙ୍କ ବଦଳି ପରେ ରାଉରକେଲାର ଏସବୁ ପଦବୀ ଖାଲି ପଡିଥିଲା।

ଡକ୍ଟର ଶୁଭଙ୍କର ମହାପାତ୍ର କନ୍ଧମାଳ ଜିଲ୍ଲା ବାଲିଗୁଡାର ଉପଜିଲ୍ଲାପାଳ ଥିଲେ। ଡକ୍ଟର ମହାପାତ୍ରଙ୍କ ପାଇଁ ସହର ଅନେକ ଚାଲେଞ୍ଜ ରହିଛି। ସ୍ମାର୍ଟସିଟି ପକ୍ଷରୁ ଚାଲିଥିବା ବିଭିନ୍ନ ଅଧପନ୍ତରିଆ ପ୍ରକଳ୍ପକୁ ନିର୍ଦ୍ଧାରିତ ସମୟରେ ଶେଷ କରିବା। ବିପିୟୁଟି ପରିସରରେ ନିର୍ମାଣଧୀନ ଅତ୍ୟାଧୁନିକ ହକି ଷ୍ଟାଡିୟମ, ବର୍ଷ ବର୍ଷ ଧରି ସହରବାସୀଙ୍କୁ କଲବଲ କରୁଥିବା ସ୍ବରେଜ ବ୍ୟବସ୍ଥା, ସ୍ମାର୍ଟସିଟିର ରାସ୍ତାଘାଟ ଏମିତି ଅନେକ ସମସ୍ୟାକୁ ସମାଧାନ କରିବାରେ ଡକ୍ଟର ମହାପାତ୍ର ସଫଳ ହେବେ ବୋଲି ସହରବାସୀ ଆଶା ରଖିଛନ୍ତି।

ସମ୍ବନ୍ଧିତ ଖବର