ପାରଳାଖେମୁଣ୍ତି : ଗୋଟିଏ ପଟେ କରୋନା ନିୟମ ମାନିବା ପାଇଁ ପୁଲିସ ଓ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଉଛି। ଅନ୍ୟପଟେ, ଲୋକେ ନିୟମକୁ ବେଖାତିର କରି କରୋନାର ବନ୍ଧନୀ ଭିତରେ ବନ୍ଧା ହେବା ପାଇଁ ଜାଣିକି ନଜାଣିଲା ଭଳି ଭିଡ଼ ଜମାଉଛନ୍ତି। ଆଜି ପାରଳାଖେମୁଣ୍ତିର ବିଭିନ୍ନ ପ୍ରେକ୍ଷାଳୟରେ ତେଲୁଗୁ ସୁପରଷ୍ଟାର ପବନ କଲ୍ୟାଣଙ୍କ ନୂଆ ସିନେମା 'ଓ୍ୱକିଲ୍ ସାବ୍'ର ରିଲିଜ୍ ହୋଇଛି। ପ୍ରଥମ ଦିନରେ ଚଳଚ୍ଚିତ୍ରଟିକୁ ଦେଖିବା ପାଇଁ ଶତାଧିକ ଜନତା ନିୟମ ଉଲ୍ଲଘଂନ କରି ସେଠାରେ ଭିଡ଼ ଜମାଇଥିବା ଦେଖିବାକୁ ମିଳିଛି।
/sambad/media/post_attachments/wp-content/uploads/2021/04/parala-1.jpg)
ସ୍ଥାନୀୟ ଜଙ୍ଗମ ସାହି ନିକଟସ୍ଥ ସିନେମା ହଲ ଗୁଡ଼ିକରେ ଫିଲ୍ମଟିକୁ ଦେଖିବା ପାଇଁ ଭୋର ୪ଟାରୁ ହିଁ ସାଉଥ୍ ଷ୍ଟାର୍ ପବନ କଲ୍ୟାଣପ୍ରେମୀ ଗହଳି ଆରମ୍ଭ କରି ଦେଇଥିଲେ। ଅଭିଯୋଗ ପାଇ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ପାରଳାଖେମୁଣ୍ତି ତହସିଲଦାର ଅଚ୍ୟୁତାନନ୍ଦ ଜାନୀ ପୁଲିସ କର୍ମୀମାନଙ୍କ ସହ ସିନେମା ହଲ୍ ନିକଟରେ ପହଞ୍ଚିଥିଲେ । କିନ୍ତୁ, ଜନସମାଗମକୁ ଦେଖି, ଆଉ କିଛି କରିହେବ ନାହିଁ ଜାଣିପାରି ସେ ଫେରି ଯାଇଥିଲେ। କିନ୍ତୁ, ସିନେମା ହଲରେ ଜନଗହଳିର ଫଟୋ ଓ ଭିଡି଼ଓ ଭାଇରାଲ ହେବା ପରେ ମଧ୍ୟାହ୍ନ ସୋ ବେଳେ ଥାନାଧିକାରୀ ବିବେକାନନ୍ଦ ସ୍ବାଇଁଙ୍କ ନେତୃତ୍ବରେ ସିନେମା ହଲଗୁଡ଼ିକ ଉପରେ ଚଢ଼ଉ କରାଯାଇଥିଲା । ମୃଦୁ ଲାଠି ଚାଳନା ଫଳରେ ଦର୍ଶକ ଛତ୍ରଭଙ୍ଗ ଦେଇଥିଲେ। କୋଭିଡ୍ ନିୟମ ଭାଙ୍ଗିଥିବା ଯୋଗୁଁ ୧୦ହଜାର ଟଙ୍କା ଜରିମାନା ହୋଇଥିବା ତହସିଲଦାର ଶ୍ରୀ ଜାନୀ ସୂଚନା ଦେଇଛନ୍ତି । ଆସନ୍ତାକାଲି ସିନେମା ହଲ ଗୁଡ଼ିକୁ ସିଲ କରିବା ପାଇଁ ନିଷ୍ପତ୍ତି ନିଆଯାଇପାରେ ବୋଲି ଶ୍ରୀ ସ୍ବାଇଁ ପ୍ରକାଶ କରିଛନ୍ତି।
ପ୍ରଖ୍ୟାତ୍ ତେଲୁଗୁ ଅଭିନେତା ତଥା ପାୱାର ଷ୍ଟାର୍ ଭାବେ ପରିଚିତ ପବନ କଲ୍ୟାଣଙ୍କ ଅଭିନୀତ ଚଳଚ୍ଚିତ୍ର ‘ ୱିକିଲ୍ ସାହେବ’ ଆଜି ମୁକ୍ତିଲାଭ କରିଛି। କରୋନା ମହାମାରୀର ପ୍ରାଦୁର୍ଭାବ କାରଣରୁ ସିନେମା ହଲ୍ ବନ୍ଦ ରହିଥିଲା। ତେବେ, ଆଜି ପ୍ରିୟ ଅଭିନେତା ତଥା ମେଗାଷ୍ଟାର୍ ଚିରଞ୍ଜୀବଙ୍କ ଭାଇ ପବନଙ୍କ ଅଭିନୀତ ତଥା ବହୁ ପ୍ରତୀକ୍ଷିତ ଏହି ଚଳଚ୍ଚିତ୍ରକୁ ଉପଭୋଗ କରିବାକୁ ଦର୍ଶକ କୌଣସି ସୁଯୋଗ ହାତଛଡ଼ା କରିନଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/Crowd-in-Cinema-Hall-to-Watch-Pawan-Kalyans-Movie_Thumbnail.jpg)