ଭୁବନେଶ୍ବର: ରୟାଲ୍‌ ଏନ୍‌ଫିଲ୍ଡ ପକ୍ଷରୁ ନୂଆ କ୍ଲାସିକ୍ ୬୫୦କୁ ରାଜଧାନୀର ବିଭିନ୍ନ ଡିଲର୍‌ସିପ୍‌ରେ ଉନ୍ମୋଚନ କରାଯାଇଛି। ୧୯୪୮ ଲଣ୍ଡନ୍‌ ମୋଟରସାଇକଲ୍‌ ସୋ’ରେ ଉନ୍ମୋଚନ କରାଯାଇଥିବା କମ୍ପାନିର ପ୍ରଥମ ସମାନ୍ତରାଳ ଟ୍ବିନ୍ ‘୫୦୦ ଟ୍ବିନ୍‌’ରୁ ଅନୁପ୍ରାଣିତ ହୋଇ ପ୍ରସ୍ତୁତ କରାଯାଇଥିବା ଏହି ମୋଟରସାଇକଲ୍‌ରେ କମ୍ପାନିର ମୂଳ ଡିଏନ୍‌ଏ ରହିଛି। ଏହା ହେଉଛି ପାରମ୍ପରିକ ସୌନ୍ଦର୍ଯ୍ୟ ଓ ଆଧୁନିକ ଶକ୍ତିର ଏକ ଚମତ୍କାର ମିଶ୍ରଣ।

Advertisment

ଏହାର ଏକ୍ସ ସୋ’ରୁମ୍ ଦାମ୍ ୩,୩୬,୬୧୦ ଟଙ୍କା ରହିଛି। ଗ୍ରାହକମାନେ ଉଭୟ ଅନ୍‌ଲାଇନ୍ ଓ ସୋ’ରୁମ୍‌ରେ ଏହାର ବୁକିଂ କରିପାରିବେ। ଏହା ଜରିଆରେ କମ୍ପାନିର କ୍ଲାସିକ୍ ମୋଟରସାଇକଲ୍‌ ବର୍ଗମାଳା ଆହୁରି ସୁଦୃଢ଼ ହୋଇଛି, ଯେଉଁଥିରେ କ୍ଲାସିକ୍ ୫୦୦, ୨୦୨୪ କ୍ଲାସିକ୍ ୩୫୦ ଓ କ୍ଲାସିକ୍ ୬୫୦ ରହିଛି। ଭାଲମ୍ ରେଡ୍‌, ବ୍ରୋଣ୍ଟିଂଥ୍ରୋପ୍ ବ୍ଲୁ, ଟିଲ୍ ଓ ବ୍ଲାକ୍ କ୍ରୋମ୍ ଭଳି ଚାରିଟି ରଙ୍ଗ ଓ ତିନିଟି ଭାରିଆଣ୍ଟରେ ଏହା ଉପଲବ୍ଧ ହୋଇଛି। ନୂଆ ମୋଟରସାଇକଲ୍‌ରେ ଏଲ୍‌ଇଡି ହେଡ୍‌ଲ୍ୟାମ୍ପ, ପାଇଲଟ୍‌ ଲାଇଟ୍‌, ଏଲ୍‌ଇଡି ଟର୍ଣ୍ଣ ଇଣ୍ଡିକେଟର, ଆଡ୍‌ଜଷ୍ଟ କରିହେଉଥିବା କ୍ଲଚ୍‌ ଓ ବ୍ରେକ୍, ୟୁଏସ୍‌ବି ଚାର୍ଜିଂ ପୋର୍ଟ, ଗିୟର ସ୍ଥିତି ସୂଚକ ଆଦି ଅତ୍ୟାଧୁନିକ ସୁବିଧା ରହିଛି।