ରୟାଲଟି ମୁକ୍ତହେଲା ଶାଳପତ୍ର

ଭୁବନେଶ୍ବର : ଶାଳପତ୍ର ଉପରେ ଆଉ ରୟାଲଟି ଲାଗିବ ନାହିଁ। ଶାଳପତ୍ର ଉପରେ ଲାଗୁଥିବା ରୟାଲଟି ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଭାବେ ଉଠାଇଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଶାଳପତ୍ର ରୟାଲଟି ବାବଦରେ କୁଇଣ୍ଟାଲ ପିଛା ୮୬ ଟଙ୍କା ଦେବାକୁ ପଡ଼ୁଥିଲା। ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁଁ ସାରା ରାଜ୍ୟରେ ପାଖାପାଖି ୨୫ ଲକ୍ଷ ଲୋକ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶ।

ସମ୍ବନ୍ଧିତ ଖବର