ଭୁବନେଶ୍ବର : ରାଉରକେଲା ଷ୍ଟେସନ୍ରୁ ଆରପିଏଫ୍ ୨ କୋଟି ୨୩ ଲକ୍ଷ ଟଙ୍କା ଜବତ କରିଛି। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି। ସଞ୍ଜୟ ଗୁପ୍ତା, ସୁନୀଲ କୁମାର ଏବଂ ରାଜନ ଶ୍ରୀବାସ୍ତବଙ୍କ ଠାରୁ ଟଙ୍କା ଜବତ ହୋଇଥିବା ପୁଲିସ ସୂତ୍ରରୁ ପ୍ରକାଶ।
ସୂଚନା ଅନୁସାରେ, କୋଲକାତାର ଜଣେ ବ୍ୟବସାୟୀ ଟ୍ରେନରେ ଏକ ଆଟଚିରେ ୩ କୋଟି ୩୦ ଲକ୍ଷ ଟଙ୍କା ନେଇ ଯାଉଥିବା ବେଳେ ଝାରସୁଗୁଡ଼ାରୁ ରାଉରକେଲା ମଧ୍ୟରେ ଆଟାଚିଟି ଚୋରି ହୋଇଯାଇଥିଲା। ସେ ଝାରସୁଗୁଡ଼ା ଜିଆରପିରେ ଏକ ଏତଲା ଦେଇଥିଲେ। ଜବତ ଟଙ୍କା ସହ ଚୋରି ଟଙ୍କାର ସଂପର୍କ ରହିଛି ନା ନାହିଁ, ତାହା ପୁଲିସ୍ ତଦନ୍ତ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/03/IMG-20190322-WA0028-1.jpg)