ମୃତ୍ୟୁ କବଳରୁ ମହିଳାଙ୍କୁ ବଞ୍ଚାଇଦେଲେ ଆରପିଏଫ କନେଷ୍ଟବଳ, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର: ମୃତ୍ୟୁ କବଳରୁ ମହିଳାଙ୍କୁ ବଞ୍ଚାଇଦେଲେ ଆରପିଏଫ କନେଷ୍ଟବଳ | ଭୁବନେଶ୍ୱର ରେଳଷ୍ଟେସନରେ ଟ୍ରେନରୁ ଖସିପଡିଥିବା ମହିଳାଙ୍କ ଜୀବନ ବଞ୍ଚାଇ ଏବେ ପ୍ରଶଂସାର ପାତ୍ର ପାଲଟିଯାଇଛନ୍ତି ଆରପିଏଫ କନେଷ୍ଟବଳ ଏସ.ମୁଣ୍ଡା | ମିଳିଥିବା ସୂଚନା ମୁତାବକ ଆଜି ପଲାସା-କଟକ ମେମୁ ପାସେଞ୍ଜର ଟ୍ରେନ ଯେତେବେଳେ ଭୁବନେଶ୍ୱର ରେଳଷ୍ଟେସନରୁ ସକାଳ ୧୦ଟା ୧୦ମିନିଟରେ ଛାଡିଥିଲା ସେତେବେଳେ ଜଣେ ମହିଳା ଚଳନ୍ତା ଟ୍ରେନରେ ଚଢ଼ିବାକୁ ଚାଁହୁଥିଲେ | ଆଉ ଠିକ ଏହି ସମୟରେ ତାଙ୍କ ଗୋଡ ଖସିଯାଇଥିଲା |

ଏହି ସମୟରେ ପ୍ଲାଟଫର୍ମରେ ମୁତୟନ ଥିବା ଏସ.ମୁଣ୍ଡା ତୁରନ୍ତ ମହିଳାଙ୍କୁ ଟ୍ରେନ ଓ ଧାରଣା ମଝିରୁ ଟାଣିଆଣିଥିଲେ | ଯାହାଦ୍ୱାରା ମହିଳାଙ୍କ ଜୀବନ ବଞ୍ଚିଯାଇଥିଲା | ମିଳିଥିବା ସୂଚନା ମୁତାବକ ଉଦ୍ଧାର ହୋଇଥିବା ମହିଳାଙ୍କ ନାମ କେ.ସରସ୍ବତୀ ହୋଇଥିବାବେଳେ ତାଙ୍କ ଘର ଆନ୍ଧ୍ରପ୍ରଦେଶର ଇଚ୍ଛାପୂରମ ବୋଲି ଜଣାପଡିଛି | ସେ ତାଙ୍କର ସହଯୋଗୀ ବି.ଚନ୍ଦ୍ରମାଙ୍କ ସହ କଟକ ଯାଉଥିଲେ | ମୃତ୍ୟୁ କବଳରୁ ଯାତ୍ରୀଙ୍କୁ ବଞ୍ଚାଇବାର ଭିଡିଓ ସାମ୍ନାକୁ ଆସିବା ପରେ ଆରପିଏଫ କନେଷ୍ଟବଳ ଏସ.ମୁଣ୍ଡାଙ୍କୁ ଏବେ ସମସ୍ତେ ପ୍ରଶଂସା କରୁଛନ୍ତି |

ସମ୍ବନ୍ଧିତ ଖବର