ଆର୍‌ପିଏଫ୍‌ କର୍ମଚାରୀଙ୍କୁ ସାବାସି! ମରଣମୁହଁରୁ ରେଳଯାତ୍ରୀଙ୍କୁ ଭିଡ଼ି ଆଣିଲେ

କଟକ : କଟକ ରେଳଷ୍ଟେସନରେ ଅବିଶ୍ବସନୀୟ ଭାବେ ଜଣେ ଯାତ୍ରୀଙ୍କ ଜୀବନ ବଞ୍ଚାଇଛନ୍ତି ଜଣେ ଆରପିଏଫ୍‌ କର୍ମଚାରୀ। ଦେବଦୂତ ସାଜି ଯାତ୍ରୀଙ୍କ ଜୀବନ ବଞ୍ଚାଇଥିବା ଆରପିଏଫ୍ କର୍ମଚାରୀ ସଫିଦ୍ ଖାଁଙ୍କୁ ‌ଏବେ ସବୁ ମହଲରୁ ପ୍ରଶଂସା କରାଯାଉଛି।

ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୨ଟା ୪୫ ସମୟରେ ପୁରୁଷୋତ୍ତମ ଏକ୍ସପ୍ରେସ (ଟ୍ରେନ୍ ନଂ ୧୨୮୦୨) ପ୍ଲାଟ୍‌ଫର୍ମ ନମ୍ବର ୪ରେ ପ୍ରବେଶ କରୁଥିବାବେଳେ ଚଳନ୍ତା ଟ୍ରେନରୁ ଜଣେ ଯାତ୍ରୀ ଓହ୍ଲାଉଥିଲେ। କିନ୍ତୁ ଗୋଡ଼ ଖସି ଯିବାରୁ ସେ ପ୍ଲାଟଫର୍ମ ଓ ଟ୍ରେନ୍ ମଝିରେ ଫସି ଯାଇଥିଲେ। ଏହି ସମୟରେ ପ୍ଲାଟଫର୍ମରେ ଡ୍ୟୁଟି କରୁଥିବା ଆରପିଏଫ୍ କନଷ୍ଟେବଳ ସଫିଦ୍ ଖାଁ ଦୌଡ଼ିଯାଇ ତାଙ୍କୁ ଭିଡ଼ି ଆଣିଥିଲେ। ଅଳ୍ପକେ ଯାତ୍ରୀଙ୍କ ଜୀବନ ବଞ୍ଚି ଯାଇଥିଲା। ଉଦ୍ଧାର ହୋଇଥିବା ଯାତ୍ରୀ ଜଣକ ହେଉଛନ୍ତି ବିହାରର ସନ୍ଦୀପ କୁମାର। ସେ ବିହାରରୁ କଟକ ଆସିଥିଲେ ବୋଲି ଆରପିଏଫ୍ ଆଇଆଇସି ଅନିଲ କୁମାର ସିଂହ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର