ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉତ୍କଳ ଗ୍ରାମ୍ୟବ୍ୟାଙ୍କ ସମ୍ମୁଖରୁ ବୁଧବାର ଅପରାହ୍ଣ ସାଢ଼େ ୧ଟାରେ ଏକ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଠାରୁ ୧ଲକ୍ଷ ୨୦ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ମିଳିଥିବା ସୁଚନା ଅନୁସାରେ ବୀରମହାରାଜପୁର ଝାରକୁମୁଣ୍ଡା ଚମ୍ପେଶ୍ବର ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ସଭାନେତ୍ରୀ ରିତାଞ୍ଜଳି ମହାକୁଡ଼ ଓ ସଦସ୍ୟ। ପୁଷ୍ପାଞ୍ଜଳି ବାଘ ଉତ୍କଳ ଗ୍ରାମ୍ୟବ୍ୟାଙ୍କରୁ ଟଙ୍କା ଉଠାଣ କରି ଏକ ବ୍ୟାଗରେ ଭର୍ତ୍ତି କରି ବ୍ୟାଙ୍କ ସାମ୍ନାରେ ଛିଡ଼ା ହୋଇଥିବା ବେଳେ ଏକ କଳା ପଲସର ବାଇକରେ ଦୁଇଜଣ ଦୁର୍ବୃତ୍ତ ଦ୍ରୁତଗତିରେ ଆସି ଟଙ୍କାଲୁଟ କରି ଫେରାର ହୋଇଯାଇଥିଲେ।
କିଛି ଲୋକ ଲୁଟେରା ମାନଙ୍କୁ ପିଛା କରିଥିଲେ ମଧ୍ୟ ସେମାନେ ବିଫଳ ହୋଇଥିଲେ। ଖବରପାଇ ବୀରମହାରାଜପୁର ପୁଲିସ ଟିମ୍ ଘଟଣାସ୍ଥଳକୁ ପହଞ୍ଚିଥିଲା। ଏଥିରେ ଧର୍ମଶାଳା ଓ ଉଲୁଣ୍ଡା ପୁଲିସ ମଧ୍ୟ ସହଯୋଗ କରିଥିଲା। କିନ୍ତୁ ଲୁଟେରା ମାନେ ପୁଲିସ ହାତରେ ଧରା ନପଡ଼ି ଖସି ଯାଇଥିଲେ।
ସ୍ବୟଂ ସହାୟକ ଗୋଷ୍ଠୀ ତରଫରୁ ଲୁଟ୍ ସଂକ୍ରାନ୍ତରେ ବୀରମହାରାଜପୁର ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, ଗୋଟାଏ ସପ୍ତାହ ପୂର୍ବରୁ ବୀରମହାରାଜପୁର ସୌରନଗରରୁ ଶିକ୍ଷକ ଦମ୍ଫତିଙ୍କ ଘରୁ ଏକ ବଡ଼ ଧରଣର ଚୋରି ହୋଇଥିଲା। ଏହି ଚୋରି ଘଟଣାରେ ପୁଲିସ ଦୁର୍ବୃତ୍ତ ମାନଙ୍କୁ ଧରିବାରେ ସଫଳ ହୋଇପାରି ନାହିଁ। ଏବେ ପୁଣି ସ୍ବଷ୍ଠ ଦିବାଲୋକରେ ଟଙ୍କା ଲୁଟ କରି ପୁଲିସକୁ ଖୋଲା ଚ୍ୟାଲେଞ୍ଚ ଦେଇଛନ୍ତି ଲୁଟେରା ମାନେ । ଏଣୁ ଜିଲ୍ଲା ପୁଲିସ ପ୍ରଶାସନ ଏକ ସ୍ବତନ୍ତ୍ର ପୂଲିସ ଟିମ୍ ଗଠନ କରି ଏହାର ତଦନ୍ତ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/loot-at-gunpoint-1.jpg)