ମାସ୍କ ପିନ୍ଧିନଥିଲେ ବୋଲି ୧କୋଟି ୨୫ଲକ୍ଷ ତଣ୍ଡ

ସାମାଜିକ ଦୂରତ୍ବ ପାଇଁ ୧୧ଲକ୍ଷ ୭୪ହଜାର, ରାତ୍ରି କର୍ଫ୍ୟୁ ନମାନି ଗଣିଲେ ଲକ୍ଷାଧିକ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀଙ୍କ ବୈଠକରୁ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ରାଜ୍ୟରେ କୋଭିଡ୍‌ ପାଇଁ ଜାରି ହୋଇଥିବା ବିଭିନ୍ନ ନିୟମ ଉଲ୍ଳଂଘନ ପାଇଁ ଯେଉଁ ଜରିମାନା ଆଦାୟ କରାଯାଇଛି, ତାହା ଆଖି ଖୋସି ଦେବା ଭଳି। ମାସ୍କ ବ୍ୟବହାର ଉଲ୍ଳଂଘନ କରି ଲୋକମାନେ ୧ କୋଟି ୨୫ଲକ୍ଷ ୮୪ ହଜାର ୧୮୦ ଟଙ୍କା ଜରିମାନା ଦେଇଛନ୍ତି।

ସାମାଜିକ ଦୂରତ୍ବ ଉଲ୍ଳଂଘନ କ୍ଷେତ୍ରରେ ଜରିମାନା ପରିମାଣ ୧୧ ଲକ୍ଷ ୭୪ ହଜାର ୩୫୦ ଟଙ୍କା, ସାପ୍ତାହିକ ଲକ୍‌ଡାଉନ ପାଇଁ ୩୦୦୦ ଟଙ୍କା ଏବଂ ରାତ୍ରୀକାଳୀନ କର୍ଫ୍ୟୁ ଉଲ୍ଳଂଘନ ପାଇଁ ୧ ଲକ୍ଷ ୩ ହଜାର ୮୦୦ ଟଙ୍କା ଆଦାୟ କରାଯାଇଛି।

ସମ୍ବନ୍ଧିତ ଖବର