ଆରଡବ୍ଲୁଏସ୍‌ଏସ୍‌ରେ ୧.୨୫ କୋଟିର ଟେଣ୍ତର‌୍‌ ଫିକ୍ସି˚! ଗୁମର ଖୋଲିବାରୁ ଠିକାଦାରଙ୍କୁ ଆକ୍ରମଣ, ଯନ୍ତ୍ରୀଙ୍କ ନାଁରେ ଏତଲା

କେନ୍ଦ୍ରାପଡ଼ା : ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ(ଆର‌୍‌ଡବ୍ଲୁଏସ୍‌ଏସ୍‌)ରେ ୧କୋଟି ୨୫ଲକ୍ଷ ଟଙ୍କାର ଟେଣ୍ତର ଫିକ୍ସି˚! ଏହାର ଗୁମର ଖୋଲିଦେବାରୁ ଠିକାଦାରଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ଅଭିଯୋଗ କରିବାର ତିନି ଦିନ ପରେ  ହୋଇଥିବା ଏହି ଆକ୍ରମଣରେ ପଟ୍ଟାମୁଣ୍ତାଇ ପୋଖରିଆପଡ଼ାର ଠିକାଦାର ଶୁଭେନ୍ଦୁ ରାଉତ ଗୁରୁତର ହୋଇଥିବା ବେଳେ ଆଜି ତାଙ୍କ ପତ୍ନୀ ଜ୍ୟୋତ୍ସ୍ନାରାଣୀ ଏ ସ˚କ୍ରାନ୍ତରେ ପଟ୍ଟାମୁଣ୍ତାଇ ଥାନାରେ ଏତଲା ଦେଇଛନ୍ତି। ଏତଲାରେ ଜଣେ ଯନ୍ତ୍ରୀଙ୍କୁ ଏଥିପାଇଁ ଦାୟୀ କରିଛନ୍ତି। ଟେଣ୍ତର‌୍‌ ଫିକ୍ସି˚ ଘଟଣାରେ ସ˚ପୃକ୍ତ ଯନ୍ତ୍ରୀଙ୍କ କଳା କାରନାମା ଖୋଲିଦେବାରୁ ସ୍ବାମୀଙ୍କ ଉପରେ ଏପରି ଆକ୍ରମଣ କରାଯାଇଥିବା ଶ୍ରୀମତୀ ରାଉତ ଅଭିଯୋଗରେ ଦର୍ଶାଇଛନ୍ତି। ତେବେ ଏତଲାରେ କୌଣସି ନିର୍ଦ୍ଦିଷ୍ଟ ନାଁ ଉଲ୍ଲେଖ ନ ଥିବାରୁ ସ˚ପୃକ୍ତ ଯନ୍ତ୍ରୀ ଜଣକ କିଏ, ତାକୁ ନେଇ ଏବେ ପ୍ରଶ୍ନ ଉଠିଛି।

ଗତକାଲି ରାତି ପ୍ରାୟ ୧୦ଟା ବେଳେ ଶ୍ରୀ ରାଉତ କେନ୍ଦ୍ରାପଡ଼ାରୁ ପୋଖରିଆପଡ଼ା ଘରକୁ ଫେରୁଥିବା ବେଳେ ଦୋବନ୍ଧା ଛକରେ ତାଙ୍କ ଉପରକୁ ଅତର୍କିତ ଆକ୍ରମଣ ହୋଇଥିଲା। ଦୁଇ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ତାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିବାରୁ ଠିକାଦାର ଶ୍ରୀ ରାଉତଙ୍କ ମୁଣ୍ତ ସମେତ ଆଖି, ହାତରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ଗୁରୁତର ଅବସ୍ଥାରେ ଶ୍ରୀ ରାଉତଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ଏବ˚ ପରେ କଟକସ୍ଥିତ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଆକ୍ରମଣ ଶିକାର ହେବାର ଦେଢ଼ ମାସ ପୂର୍ବରୁ ଟେଣ୍ତର‌୍‌ ଫିକ୍ସି˚କୁ ନେଇ ଶ୍ରୀ ରାଉତ ସା˚ଘାତିକ ଅଭିଯୋଗ କରିଥିଲେ। ସେ କହିଥିଲେ ଯେ, ଘରକୁ ପାଇପ୍‌ ସ˚ଯୋଗ ପାଇଁ ଗତ ସେପ୍ଟେମ୍ବରରେ ୩୨, ୩୩, ୩୪ ନମ୍ବର ଆଇଡିରେ ୧କୋଟି ୨୪ଲକ୍ଷ ୭୩ହଜାର ଟଙ୍କାର ଟେଣ୍ତର‌୍‌ ପାଇଁ କୌଣସି ବିଜ୍ଞପ୍ତି ସର୍ବସାଧାରଣଙ୍କ ଅବଗତି ନିମନ୍ତେ ନୋଟିସ୍‌ ବୋର୍ଡରେ ମରାଯାଇନଥିଲା। ଭିତିରିଆ ନିର୍ଦ୍ଦିଷ୍ଟ କିଛି ଠିକାଦାରଙ୍କୁ ଟେଣ୍ତର‌୍‌ ପେପର‌୍‌ ବିକ୍ରି କରି ଦିଆଯାଇଥିଲା। ଏ ସ˚କ୍ରାନ୍ତରେ ଅଭିଯୋଗ ହେବା ପରେ ନିର୍ବାହୀ ଯନ୍ତ୍ରୀ ଦିଲ୍ଲୀପ ଦେହୁରୀ ତରବରିଆ ଭାବେ ଟେଣ୍ତର‌୍‌ ବାତିଲ୍‌ କରି ଦେଇଥିଲେ। ମାତ୍ର ଏବେ ପୁଣି ଟେଣ୍ତର‌୍‌ ପେପର‌୍‌ ବିକ୍ରି କରାଯାଇଥିଲା। ହେଲେ ନିୟମିତ କର୍ମଚାରୀ ବଦଳରେ ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଅଫିସ୍‌ ଡକାଇ ଏହି ପେପର‌୍‌ ବିକ୍ରି କରାଯିବା ଏବ˚ ସ˚ପୃକ୍ତ କର୍ମଚାରୀ ଜଣକ ଏକ ନିର୍ଦ୍ଦିଷ୍ଟ ଯନ୍ତ୍ରୀଙ୍କ ହାତଚିଠା ଆଧାରରେ ପେପର‌୍‌ ବିକ୍ରି କରାଯାଉଥିବା କଥା କହିବାର ଭିଡିଓ ଭାଇରାଲ୍‌ ହୋଇଥିଲା। ଏପରିକି ଠିକାଦାର ଶ୍ରୀ ରାଉତ ବି ଗତ ୨୩ତାରିଖରେ ପୁଣି ଟେଣ୍ତର‌୍‌ ଫିକ୍ସି˚ କଥା ଉଠାଇବା ସହ ଜଣେ ନିର୍ଦ୍ଦିଷ୍ଟ ଯନ୍ତ୍ରୀଙ୍କ ହାତଚିଠା ଆଧାରରେ ଅବସରପ୍ରାପ୍ତ କର୍ମଚାରୀ ଟେଣ୍ତର‌୍‌ ପେପର‌୍‌ ବିକ୍ରି କରୁଥିବା ନେଇ ଗଣମାଧୢମରେ ବୟାନ ଦେଇଥିଲେ।

ଏହି ବୟାନ ଦେବାର ତିନି ଦିନ ନ ପୂରୁଣୁ ଅଭିଯୋଗକାରୀ ଠିକାଦାରଙ୍କ ଉପରେ ଗତକାଲି ରାତିରେ ପ୍ରାଣାନ୍ତକ ଆକ୍ରମଣ ପୂରା ମାମଲାକୁ ନୂଆ ମୋଡ଼ ଦେଇଛି। ପୁଲିସ ଅଭିଯୋଗ ଆଧାରରେ ମାମଲା(୪୯୫/୨୦, ଦଫା ୩୪୧, ୩୨୩, ୩୨୫, ୩୦୭, ୪୦୭ ଓ ୩୪ଆଇପିସି) ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଦେହୁରୀ ବି ନୋଟିସ୍‌ ବୋର୍ଡରେ ବିଜ୍ଞପ୍ତି ମରାନଯାଇ ଟେଣ୍ତର‌୍‌ ପେପର‌୍‌ ବିକ୍ରି କରାଯିବା ଭୁଲ୍‌ ବୋଲି ସ୍ବୀକାର କରିବା ସହ ଅବସରପ୍ରାପ୍ତ କର୍ମଚାରୀ ମୋ ଅଜାଣତରେ ଅଫିସ୍‌କୁ ଆସିଥିବା ସଫେଇ ଦେଇଛନ୍ତି।

ସମ୍ବନ୍ଧିତ ଖବର