ବାରିପଦା: ମାତିଛନ୍ତି ସାଇବର୍ ଲୁଟେରା। ସାମାନ୍ୟ ଅସାବଧାନତାର ସୁଯୋଗ ନେଇ ହେଉ ଅବା ଅତ୍ୟନ୍ତ ଚତୁରତାର ସହିତ ବ୍ୟାଙ୍କ୍ ଆକାଉଣ୍ଟ୍ରୁ ଲୁଟି ଚାଲିଛନ୍ତି ଲକ୍ଷାଧିକ ଟଙ୍କା। ସ୍ଥାନୀୟ ତକତପୁରଛକରେ ବାସ କରୁଥିବା ଅବସରପ୍ରାପ୍ତ ଯୁଗ୍ମ ସଚିବ କାର୍ତ୍ତିକେଶ୍ୱର ମହାନ୍ତି’ଙ୍କ ଏସବିଆଇ ବ୍ୟାଙ୍କ୍ ଜମାଖାତାରୁ ୧ଲକ୍ଷ ୩୦ ହଜାର ୯୭୪ ଟଙ୍କା ଗାଏବ ହୋଇଯାଇଛି । ଶ୍ରୀ ମହାନ୍ତି ଚଳିତ ମାସ ୨ ତାରିଖରେ ଏଟିଏମକୁ ଟଙ୍କା ଉଠାଇବାକୁ ଯାଇଥିବା ସମୟରେ ଏ ବିଷୟରେ ଜାଣିବାକୁ ପାଇ ତକତପୁରସ୍ଥିତ ଏସ୍ବିଆଇ ବ୍ରାଞ୍ଚ୍ରେ ଅଭିଯୋଗ କରିଥିଲେ। ବ୍ୟାଙ୍କ୍ର ସିଜିଏମ୍ ଥାନାରେ ଅଭିଯୋଗ କରିବାକୁ ପରାମର୍ଶ ଦେବାରୁ ଶ୍ରୀ ମହାନ୍ତି ବାରିପଦା ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏନେଇ ଟାଉନ୍ ଥାନାରେ ୫୯୩/୨୦୨୦ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ଜଣାପଡ଼ିଛି।
ମାତିଛନ୍ତି ସାଇବର ଲୁଟେରା: ଅବସରପ୍ରାପ୍ତ ଯୁଗ୍ମ ସଚିବଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍ରୁ ୧ଲକ୍ଷ ୩୦ହଜାରରୁ ଊର୍ଧ୍ବ ଟଙ୍କା ଗାଏବ୍
/sambad/media/post_attachments/wp-content/uploads/2020/08/loot-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)