ବୃଦ୍ଧାଙ୍କଠାରୁ ଲକ୍ଷେ ୪୮ ହଜାର ଟଙ୍କା ଲୁଟ୍‌

ସଇନ୍ତଳା : ବଲାଙ୍ଗୀର ଜିଲ୍ଲା ସଇନ୍ତଳା ଥାନା କୁଶମାଲ ଗାଁର ଲୋଚନା ନାଗ (୬୦) ସୋମବାର ମଧ୍ୟାହ୍ନରେ ସ୍ଥାନୀୟ ଷ୍ଟେଟ ବ୍ୟାଙ୍କ ଶାଖାରୁ ଲକ୍ଷେ ୫୮ହଜାର ଟଙ୍କା ଉଠାଇଥିଲେ। ତାଙ୍କ ପୁଅଙ୍କୁ ମୋବାଇଲ କିଣିବା ପାଇଁ ୧୦ ହଜାର ଟଙ୍କା ଦେବା ପରେ ଅବଶିଷ୍ଟ ଟଙ୍କା ଧରି ନିଜେ ଆସିଥିବା ଅଟୋରେ ବସିବା ସମୟରେ କଳା ପଲସରରେ ଦୁଇଜଣ ଲୁଟେରା ଆସି ବ୍ୟାଙ୍କ ସାମ୍ନାରେ ତାଙ୍କଠାରୁ ଟଙ୍କା ବ୍ୟାଗ ଲୁଟି ନେଇଥିଲେ। ଲୁଟ୍‌ ଘଟଣା ସଂପର୍କରେ ଶ୍ରୀମତୀ ନାଗ ସଇନ୍ତଲା ଥାନାରେ ଏତଲା ଦେଇଛନ୍ତି। ଏଏସ୍‌ଆଇ ଦୁର୍ବାଦଳ ମେହେରଙ୍କୁ ଲୁଟ୍‌ ଘଟଣାର ତଦନ୍ତ ଭାର ଦିଆଯାଇଛି।

ସମ୍ବନ୍ଧିତ ଖବର