ରାଜପଥରେ ୧.୮ ଲକ୍ଷ ଟଙ୍କା ଲୁଟ୍‌

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ହୁମ୍ମା-ପୁରୁଷୋତ୍ତମପୁର ରାଜପଥର ହୁମ୍ବୁରି-ସନ୍ତୋଷପୁର ଛକରେ କୁଖ୍ୟାତ ଅପରାଧୀ ସନ୍ତୋଷ ରେଡ୍ଡୀ ଓ ତାର ଗ୍ୟାଙ୍ଗ୍ ବଡ଼ଧରଣର ଡକାୟତି କରିଛନ୍ତି। ବ୍ରହ୍ମପୁର ସଦର ଥାନା ଅଞ୍ଚଳର ଗୋଷ୍ଠୀଚରଣ ପାଢ଼ୀ (୪୮) ଓ ତାଙ୍କର ୨ ସହଯୋଗୀଙ୍କୁ ମାଉଜର୍ ବନେଟ୍‌ରେ ମାଡ଼ ମାରି ଏକ ଲକ୍ଷ ୮୦ ହଜାର ଟଙ୍କା ଓ ଲକ୍ଷାଧକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଛନ୍ତି। ବନେଟ୍‌ ମାଡ଼ରେ ଗୋଷ୍ଠୀ ଓ ତାଙ୍କର ଦୁଇ ସହଯୋଗୀ ଏସ୍‌. ଯୁଧିଷ୍ଠିର ରେଡ୍ଡୀ ଏବଂ ରାକେଶ ପ୍ରଧାନ ଆହତ ହୋଇଛନ୍ତି।

ସମ୍ବନ୍ଧିତ ଖବର