ଜିଏସ୍‌ଟି ଫାଙ୍କି ଯାଉଥିବା ଭ୍ୟାନ ଅଟକ: ୧.୯୫ଲକ୍ଷ ଜୋରିମାନା ଆଦାୟ 

ଜୟପୁର: ଜିଏସ୍‌ଟି ଫାଙ୍କି ଯାଉଥିବା ତିନୋଟି ଗାଡ଼ିକୁ ଧରିଛି ଜିଏସ୍‌ଟି ଏନଫୋର୍ସମେଣ୍ଟ ବିଭାଗ। ଦୁଇଟି ଗାଡ଼ିରୁ ଜରିମାନା ବାବଦକୁ ଏକ ଲକ୍ଷ ୯୫ହଜାର ଟଙ୍କାର ଆଦାୟ କରିଥିବା କହିଛନ୍ତି ଜିଏସ୍‌ଟି ଡେପୁଟି କମିସନର ପ୍ରାଣଶଙ୍କର ଦେବତା। ଅନ୍ୟ ଗାଡ଼ିର କାଗଜପତ୍ର ଯାଂଚ ଜାରି ରହିଛି ବୋଲି କହିଛନ୍ତି ଜିଏସ୍‌ଟି ଡେପୁଟି କମିସନର।

ସଂପ୍ରତି ଛତିଶଗଡ଼ ଓ ଆନ୍ଧ୍ରରୁ ଜିଏସ୍‌ଟି ପାଙ୍କି ଆସୁଥିବା ଟ୍ରକ ଓ ଭ୍ୟାନ୍‌ ଆଦି କୋରାପୁଟରୁ ରାଣୀଗଡ଼ ଦେଇ ବୋରିଗୁମ୍ମା ଆସୁଛନ୍ତି। ଯାଂଚ ଚାଳିବା ସଂପର୍କରେ ସୂଚନା ପାଇଲେ ଗାଡ଼ି ଗୁଡ଼ିକ ବିଭିନ୍ନ ଗଳାବାଟ ଦେଇ ପଳାଉଛନ୍ତି। ଜିଏସ୍‌ଟି ଏନଫୋର୍ସମେଣ୍ଟ ସ୍କ୍ଵାର୍ଡ ଏଭଳି ଗଳାବାଟରୁ ଏହି ତିନୋଟି ଗାଡ଼ିକୁ ଧରି ଆଣିଥିଲେ। ଗୋଟିଏ ଗାଡ଼ିରେ ୭ଲକ୍ଷ ୫୩ହଜାର ୧୨୬ ଟଙ୍କାର ସୋୟାବିନ୍‌ ବି ରାଜନନ୍ଧଗାଁରୁ ସେମିଳିଗୁଡ଼ା ଆସୁଥିଲା। ଏହି ଗାଡ଼ିକୁ ଯାଂଚ କରିବାରେ ୱେବିଲ୍‌ ବି ସମାପ୍ତ ହୋଇଥିଲା। ଏହି ଗାଡ଼ିକୁ ଏକ ଲକ୍ଷ ୮୦ହଜାର ୭୫୦ଟଙ୍କାର ଜୋରିମାନା ଆଦାୟ କରାଯାଇଥିଲା।

ସେହିଭଳି ଅନ୍ୟ ଏକ ପିକ୍‌ ଅଫ ଭ୍ୟାନରେ ଜଗଦଲପୁରରୁ ଦେଢ଼ ଲକ୍ଷ ଟଙ୍କାର କମ୍ବଳ ଜୟପୁରକୁ ଆସୁଥିଲା। ଏହି ପିକ୍‌ଅପ୍‌ ଭ୍ୟାନରୁ ୧୫ହଜାର ଟଙ୍କାର ଜରିମାନା ଆଦାୟ କରାଯାଇଥିଲା ବୋଲି କହିଛନ୍ତି ଜିଏସ୍‌ଟି ଡେପୁଟି କମିସନର ଶ୍ରୀ ଦେବତା। ସେହିଭଳି ଅନ୍ୟ ଏକ ଟ୍ରକ୍‌ରେ ବିହାର ପାଟନାରୁ ସେମିଳିଗୁଡ଼ାକୁ ଭାଇବ୍ରେଟର ନେଇ ଆସୁଥିବା ବେଳେ ଏହାର କାଗଜପତ୍ର ଯାଂଚ ଚାଳିଛି ବୋଲି କହିଛନ୍ତି ଜିଏସ୍‌ଟି ଡେପୁଟି କମିସନର।

ସମ୍ବନ୍ଧିତ ଖବର