ଖୋର୍ଦ୍ଧା: ଖୋର୍ଦ୍ଧା ସିଭିଲ୍ କୋର୍ଟ ପରିସରରେ ଆଜି ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଅତିରିକ୍ତ ଜିଲ୍ଲା ଜଜ୍ ତଥା ତାଲୁକ ଆଇନସେବା କମିଟିର ଅଧ୍ୟକ୍ଷ ଅଜୟ କୁମାର ପ୍ରଧାନ ଅତିଥି ଭାବେ ଯୋଗ ଦେଇ ଅଦାଲତର ଉଦ୍ଘାଟନ କରିଥିଲେ। ଏଥିରେ ୨୧୭ଟି ଉଭୟ ଫୌଜଦାରୀ ଓ ଦେୱାନୀ ମାମଲାର ବିଚାର କରାଯାଇ ୫୮ଲକ୍ଷ ୧୫ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା। ବିଭିନ୍ନ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ମୋଟ ୩୦ଟି ମାମଲାର ବିଚାର କରାଯାଇ ୫୭ଲକ୍ଷ ୫୨ ହଜାର ୧୮୦ଟଙ୍କା ଆଦାୟ କରାଯାଇଥିଲା।
ବିଚାର ପ୍ରକ୍ରିୟାରେ ପରିବାର ଅଦାଲତର ବିଚାରପତି ରାଜେଶ କୁମାର ନାଏର, ମୁଖ୍ୟ ବିଚାରବିଭାଗୀୟ ମାଜିଷ୍ଟ୍ରେଟ୍ ଶରତ କୁମାର ଜେନା, ଉପ-ଜଜ୍ ସୁନୀତା କୁମାର ଖଣ୍ଡେଲ୍ୱାଲ୍, ଦେୱାନୀ ବିଚାରପତି (ମହିଳା ବିଭାଗ) ଚିନ୍ମୟୀ ରଥ, ଉପଖଣ୍ଡ ବିଚାରବିଭାଗୀୟ ମାଜିଷ୍ଟ୍ରେଟ୍ ଜଗଦୀଶ ଚନ୍ଦ୍ର ଜେନା ଓ ରାକେଶ ବେହେରା, ଦେୱାନୀ ବିଚାରପତି (କନିଷ୍ଠ ବିଭାଗ) ପ୍ରଭାତ କୁମାର ସାମଲ, ବିଚାରବିଭାଗୀୟ (ପ୍ରଥମ ଶ୍ରେଣୀ) ଲିସା ରାଉତ, ଗ୍ରାମ୍ୟ ନ୍ୟାୟାଳୟ (ଟାଙ୍ଗୀ)ର ବିଚାରପତି ସୁବୋଧ କୁମାର ସେଠୀ, ସ୍ୱତନ୍ତ୍ର ବିଚାରବିଭାଗୀୟ ମାଜିଷ୍ଟ୍ରେଟ୍ ସୁରେନ୍ଦ୍ର କୁମାର ପାଢ଼ୀ ପ୍ରମୁଖ ଭାଗ ନେଇଥିଲେ । ତାଲୁକ ଆଇନସେବା କମିଟିର ସମ୍ପାଦକ ବସନ୍ତ ଶତପଥୀ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଖୋର୍ଦ୍ଧା ଓକିଲ ସଂଘର ସଭାପତି ସର୍ବେଶ୍ୱର ସାହୁ, ସମ୍ପାଦକ ମନ୍ମଥ ମିଶ୍ରଙ୍କ ସହ ଅନ୍ୟ ଆଇନଜୀବୀ, ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଅଧିକାରୀ ଓ ଖୋର୍ଦ୍ଧା ବିଚାରାଳୟର କର୍ମଚାରୀମାନେ ଉପସ୍ଥିତ ଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/court-generic_625x300_1527245477936.jpg)