ପାରଳାରେ ୧୦ ଟଙ୍କିଆ କଏନ ଅଚଳ!

ପାରଳାଖେମୁଣ୍ତି: ପାରଳା ସହରରେ ସରୁନି ୧୦ ଟଙ୍କିଆ ଏବଂ ୧ ଟଙ୍କିଆ କଏନ। ଗତ କଛିମାସ ହେଲା ପାରଳା ସହରରେ ୧୦ ଟଙ୍କା ଓ ୧ଟଙ୍କା ସରୁନଥିବା ନେଇ ଅଭିଯୋଗ ହୋଇଛି। କଏନ ଗୁଡିକୁ ଗଣିବାରେ ସମସ୍ୟା କାରଣରୁ ବ୍ୟାଙ୍କ ଲୋକଙ୍କ ଠାରୁ ଗ୍ରହଣ କରୁନଥିବା ବେଳେ ଏହା ଲୋକଙ୍କ ମନରେ କଏନ ସରୁନଥିବା ନେଇ ଏକ ମିଥ୍ୟା ଗୁଜବ ଘୁରି ବୁଲିଛି।

ଆଜି ପାରଳା ସହରର ବାସିନ୍ଦା ତଥା ଦିଲ୍ଲୀ ଜଗନ୍ନାଥ ସେବା ସମିତର ଯୁବ ସମ୍ପାଦକ ବିଜୟ କୁମାର ସଉଦା ସାମଗ୍ରୀ କ୍ରୟ କରି କଏନ ଦେଇଥିବା ବେଳେ ଉକ୍ତ ଦୋକାନୀ ଜଣକ ରୋକଠକ ତାହା ଗ୍ରହଣ କରିବା ପାଇଁ ମନା କରିଦେଇଥିଲେ । ଏପରି କି ଏହି କଏନ ଗୁଡିକ ଏଠାରେ ସରୁନି ଆପଣ ସାମଗ୍ରୀ ବାବଦକୁ ଦେଲେ ଆମେ ଗ୍ରହଣ କରିପାରିବୁ ନାହିଁ ବୋଲି କହିଥିଲେ ।

ଏପରି ଦୁଇ ତିନୋଟି ଦୋକାନ ବୁଲିବା ପରେ ସେ ବାଧ୍ୟ ନିକଟତମ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାଯାଇ ଏହା ସମ୍ପର୍କରେ ପଚାରିବା ବେଳେ କିଛି ବ୍ୟାଙ୍କ କର୍ମଚାରୀ କହିଥିଲେ କି ଆମେ କଏନ ଗୁଡିକ ଗ୍ରହଣ କରୁଛୁ ହେଲେ ଅଳ୍ପ ଟଙ୍କାର କଏନ ଆସିଲେ ଏହାକୁ ଗଣିବା ସମ୍ଭବ ହୋଇପାରୁଛି କିନ୍ତୁ ଅଧିକା ମାତ୍ରାରେ ଆସିଲେ ବ୍ୟାଙ୍କ ଗୁଡିକରେ ଗହଳି ଯୋଗୁଁ ଏହାକୁ ଗଣିବ କାଠିକର ହୋଇପଡିଛି ତେଣୁ ଏଗୁଡିକୁ ଆମେ ଫେରାଇବା ପାଇଁ ବାଧ୍ୟ ହେଉଛୁ । ଏପରି ବାର୍ତ୍ତା ପାଇବା ପରେ ସେ ଏହା ସମ୍ପର୍କରେ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ଏହାର ଚଳପ୍ରଚଳରେ ଅସୁବିଧା ନେଇ ଚିଠି ଲେଖିବା ସହ ଟ୍ବିଟ୍‌ କରି ଜଣାଇଛନ୍ତି ।

ସମ୍ବନ୍ଧିତ ଖବର