ବଜେଟ୍‌ ସ୍ବତନ୍ତ୍ର : ଓଡ଼ିଆ ବିଶ୍ବବିଦ୍ୟାଳୟ ପାଇଁ ୧୦ କୋଟିର ବ୍ୟୟବରାଦ

ଓଡ଼ିଶା ଆଦର୍ଶ ବିଶ୍ବବିଦ୍ୟାଳୟ ପାଇଁ ୨୮୦ କୋଟି ଟଙ୍କା।
ସମଗ୍ର ଶିକ୍ଷା ଯୋଜନା ପାଇଁ ୩୦୬୬ କୋଟି ଟଙ୍କା ଦିଆଯାଇଛି।
ମଧ୍ୟାହ୍ନ ଭୋଜନରେ ଖର୍ଚ୍ଚ ହେବ ୯୫୭ କୋଟି ଟଙ୍କା।
ମୋ ସ୍କୁଲ କାର୍ଯ୍ୟକ୍ରମ ପାଇଁ ୨୫୩ କୋଟି ଏବଂ ମୋ କଲେଜ ଅଭିଯାନ ପାଇଁ ୭ କୋଟିର ବ୍ୟୟବରାଦ।
ଗଙ୍ଗାଧର ମେହେର ଶିକ୍ଷାମାନକ ବୃଦ୍ଧି ଯୋଜନାରେ ୪୩୦ େକାଟି ଖର୍ଚ୍ଚ ହେବ।
ଅନୁସୂଚିତ ଜନଜାତି ଛାତ୍ରୀନିବାସ ଏବଂ ସହରା଼ଞ୍ଚଳରେ ଛାତ୍ରାବାସ ନିର୍ମାଣ ପାଇଁ ୨୭୦ କୋଟି ଟଙ୍କା।
ସମସ୍ତ ଛାତ୍ରବୃତ୍ତିକୁ ଡିବିଟି ମାଧ୍ୟମରେ ବ୍ୟାଙ୍କ ଖାତାରେ ଜମା ପାଇଁ ୧୨୦୦ କୋଟି ଟଙ୍କା।
ଶିକ୍ଷାର ବିକାଶ ପାଇଁ ୨୪ ହଜାର ୩୭୦ କୋଟି ଟଙ୍କା।
ଉଚ୍ଚଶିକ୍ଷା ଅନୁଷ୍ଠାନରେ ଭିତ୍ତିଭୂମି ବିକାଶ ପାଇଁ ୧୫୭ କୋଟି ଖର୍ଚ୍ଚ ହେବ।
ଲାପ୍‌ଟପ୍‌ ବିତରଣ ପାଇଁ ୪୬ କୋଟି ଓ ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ ଲାଗି ୨୧୨ କୋଟି ଟଙ୍କା ବିନିଯୋଗ ଲକ୍ଷ୍ୟ।
ଦକ୍ଷତା ବିକାଶ ବାତାବରଣକୁ ପରବର୍ତ୍ତୀ ସ୍ଥିତିରେ ପହଞ୍ଚାଇବା ପାଇଁ ୬୬୪ କୋଟି ଟଙ୍କା ଦିଆଯାଇଛି।
ଓଡ଼ିଶା ଦକ୍ଷତା ବିକାଶ ପ୍ରକଳ୍ପ ପାଇଁ ୧୦୦ କୋଟି ଟଙ୍କାର ବ୍ୟୟବରାଦ।
ମାଳତୀ ଦେବୀ ପ୍ରାକ୍ ବିଦ୍ୟାଳୟ ପରିଧାନ ଯୋଜନାରେ ୭୮ କୋଟି ଟଙ୍କା ଦିଆଯାଇଛି।
ଆଇଆଇଆଇଟି, ଭୁବନେଶ୍ବରରେ ୧୩ କୋଟି ଟଙ୍କା ବ୍ୟୟବରାଦ।

ସମ୍ବନ୍ଧିତ ଖବର