ଭୁବନେଶ୍ୱର: କୋଭିଡ୍ ପରିଚାଳନା ପାଇଁ ସିଏମସିକୁ ୧୦ କୋଟି ଟଙ୍କା ହେଲା ମଞ୍ଜୁର । ଏହି ଟଙ୍କାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ମହାନଗର ନିଗମ ପାଇଁ ମଞ୍ଜୁର କରିଛନ୍ତି । ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡରୁ ଏହି ଟଙ୍କା କଟକ ମହାନଗର ନିଗମକୁ କୋଭିଡ ପରିଚାଳନା ପାଇଁ ଯୋଗାଇ ଦିଆଯିବ । ତେବେ ସହରରେ ସଂକ୍ରମଣ ବଢୁଥିବା ଦେଖି ମୁଖ୍ୟମନ୍ତ୍ରୀ ଏପରି ନିଷ୍ପତ୍ତି ନେଇଛନ୍ତି । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ମହାନଗର ନିଗମରେ ବଢୁଥିବା ସଂକ୍ରମଣକୁ ଦେଖି ମଧ୍ୟ ୧୦ କୋଟି ଟଙ୍କା ମଞ୍ଜୁର କରିଥିଲେ । ଯେଉଁଥିରେ ସହରର କୋଭିଡ୍ ପରିଚାଳନା ସୁରୁଖୁରୁରେ ହେବ ବୋଲି କୁହାଯାଇଥିଲା ।
କୋଭିଡ୍ ପରିଚାଳନା ପାଇଁ ସିଏମସିକୁ ୧୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
/sambad/media/post_attachments/wp-content/uploads/2021/05/8683face-8d88-4a61-a047-730823e06514.jpg)