ରାୟଗଡ଼ା: କରୋନା ମୁକାବିଲା ଲାଗି ବିନା ମାସ୍କରେ ଘରୁ ବାହାରିବା ଉପରେ କଟକଣା ଜାରି କରିଛି ପ୍ରଶାସନ। ନିୟମ ଅବମାନନା କରି ଘରୁ ବାହାରିଲେ ଜରିମାନା ଆଦାୟ ପାଇଁ ନିର୍ଦେଶ ହୋଇଛି। ଗତ ୯ ତାରିଖରୁ ଜିଲ୍ଲା ପ୍ରଶାସନ ସମସ୍ତଙ୍କୁ ମାସ୍କ ପିନ୍ଧିବା ପାଇଁ ବାଧ୍ୟତାମୂଳକ କରିଥିବା ବେଳେ ବିନା ମାସ୍କରେ ବଜାରକୁ ଆସିଥିବା ଲୋକଙ୍କଠୁ ଆଜି ଫାଇନ୍ ଆଦାୟ କରିଛି। ସହରର କପିଳାସ ଛକ, ଏସବିଆଇ ଜଙ୍କସନରେ ଚାଲିଥିବା ଚେକିଂରେ ୪୦ ଅମାନିଆଙ୍କଠୁ ପ୍ରଶାସନ ୧୦ ହଜାର ଟଙ୍କା ଜରିମାନା ଆଦାୟ କରିଛି। ପ୍ରଥମ ତିନୋଟି ଯାଞ୍ଚ ପର୍ଯ୍ୟନ୍ତ ୨ ଶହ ଏବଂ ପରବର୍ତୀ ସମୟରେ ନିୟମ ଭଙ୍ଗକାରୀଙ୍କଠୁ ୫ ଶହ ଟଙ୍କା ଜରିମାନା ଆଦାୟ କରାଯିବ ବୋଲି କହିଛନ୍ତି ରାୟଗଡ଼ା ତହସିଲଦାର ଉମା ଶଙ୍କର ବେହେରା। ଯାଞ୍ଚ ସମୟରେ ଅତିରିକ୍ତ ତହସିଲଦାର ସୁନୀଲ କୁମାର ଖରା, ଏସଆଇ ଟି. ଅଲ୍ଲୀ ଖାନ୍, ଏଏସଆଇ ପି. ରାବଣା ପ୍ରମୁଖ ଉପସ୍ଥିତ ଥିଲେ।
ମାସ୍କ ନ ପିନ୍ଧି ତଣ୍ଡ ଗଣିଲେ: ୪୦ ଅମାନିଆଙ୍କଠୁ ୧୦ ହଜାର ଆଦାୟ
/sambad/media/post_attachments/wp-content/uploads/2020/04/RGD_Mask-Checking.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)