ବଜେଟ୍‌ ସ୍ବତନ୍ତ୍ର : ପାନୀୟ ଜଳ ଯୋଗାଣ ପାଇଁ ୧୨ହଜାର କୋଟି ଟଙ୍କା

୨୦୨୧-୨୨ରେ ଅତିରିକ୍ତ ୭୦ଲକ୍ଷ ଲୋକଙ୍କୁ ଦିଆଯିବ ପାଇପ୍ ପାଣି।
ପାନୀୟ ଜଳ ଯୋଗାଣ ପାଇଁ ଖର୍ଚ୍ଚ ହେବ ୧୨ହଜାର କୋଟି ଟଙ୍କା।
ବସୁଧା ଯୋଜନାରେ ୨୪୧୯ କୋଟି ଟଙ୍କା।
ଜଳ ଜୀବନ ମିସନ ପାଇଁ ୬୩୦୦ କୋଟି ଟଙ୍କା।
ଜଳଯୋଗାଣ ପରିଚାଳନା ଓ ରକ୍ଷଣାବେକ୍ଷଣ ପାଇଁ ୫୬୦ କୋଟି ଟଙ୍କା।
ସ୍ବଚ୍ଛ ଭାରତ ମିସନରେ ଗ୍ରାମାଞ୍ଚଳ ପାଇଁ ୨୦୦ କୋଟି ଓ ସହରାଞ୍ଚଳ ପାଇଁ ୨୧୫ କୋଟି
୨୦୨୧-୨୨ରେ ୫ଲକ୍ଷ ପକ୍କାଘର ନିର୍ମାଣ ହେବ। ୩ହଜାର କୋଟି ଟଙ୍କା
ଓଡ଼ିଶା ସହରାଞ୍ଚଳ ବାସଗୃହ ମିସନ-ଆଵାସରେ ୨୦ହଜାର ବାସସ୍ଥଳୀ ପାଇଁ ୩୦୦ କୋଟି ଦିଆଯାଇଛି।
ମନରେଗା ମଜୁରୀ ବାବଦରେ ୫୦୦ କୋଟି ଟଙ୍କାର କର୍ପସ ଫଣ୍ଡ ଗଠନ ପ୍ରସ୍ତାବ।
ଦାଦନ ପ୍ରଭାବିତ ବ୍ଲକରେ ମନରେଗାରେ ଅଧିକ ଶହେ ଶ୍ରମଦିବସ ଯୋଗାଇ ଦିଆଯିବ।
ମନରେଗା ମଜୁରୀକୁ ସର୍ବନିମ୍ନ ମଜୁରୀ ସହିତ ସମାନ ଲାଗି ରାଜ୍ୟ ସମ୍ବଳରୁ ଦିନକୁ ୧ଶହ ଟଙ୍କା ଲେଖାଏ୍‌ ଟପ୍‌ ଅପ୍ ଆକାରରେ ପ୍ରଦାନ କରାଯିବ।
ଜାତୀୟ ଗ୍ରାମୀଣ ଜୀବିକା ମିସନ ଲାଗି ୧୨୭୦ କୋଟି ଟଙ୍କାର ବ୍ୟୟବରାଦ।
ସହରାଞ୍ଚଳରେ ବାସ କରୁଥିବା ଦରିଦ୍ର ତଥା ଅଣ ସଂଗଠିତ ଏବଂ ପ୍ରବାସୀ ଶ୍ରମିକଙ୍କ କର୍ମନିଯୁକ୍ତି ପାଇଁ ନୂଆ ଯୋଜନା। ଶ୍ରମ ନିଯୁକ୍ତି ଯୋଜନା-ମୁକ୍ତା ନାମରେ କାର୍ଯ୍ୟ କରିବ।
ପଞ୍ଚଦଶ ଅର୍ଥ କମିସନ ଓ ପଞ୍ଚମ ରାଜ୍ୟ କମିସନ ସୁପାରିସ କ୍ରମେ ପୌରସଂସ୍ଥା ଓ ପଞ୍ଚାୟତିରାଜ ଅନୁଷ୍ଠାନକୁ ୬୯୫୦ କୋଟି ଟଙ୍କା ଦିଆଯିବ।

 

ସମ୍ବନ୍ଧିତ ଖବର