ସିନ୍ଧେକେଲା: ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ଈଚଗାଁର ଜଣେ ବ୍ୟବସାୟୀଙ୍କ ଘର ଉପରେ ଅବକାରୀ ବିଭାଗର ଗୁଇନ୍ଦା ସଂସ୍ଥା ଚଢଉ କରିଛି। ଗଞ୍ଜେଇ ବ୍ୟବସାୟ କରୁଥିବା ଅଭିଯୋଗରେ ଜଣେ ବ୍ୟବସାୟୀଙ୍କୁ ଗିରଫ କରିବାରେ ସଫଳ ହୋଇଛି। ମିଳିଥିବା ସୂଚନା ଅନୁସାରେ ବିଶ୍ଵସ୍ତ ସୂତ୍ରରୁ ଅବକାରୀ ବିଭାଗ ଗୁଇନ୍ଦା ସଂସ୍ଥା ସୂଚନା ପାଇ ଈଚଗାଁର ବୈଷ୍ଣବ ସାହୁଙ୍କ ଘର ଉପରେ ଚଢଉ କରିଥିଲା। ଏହି ସମୟରେ ଅବକାରୀ ବିଭାଗର ଅଧିକାରୀଙ୍କୁ ବୈଷ୍ଣବଙ୍କ ଘରୁ ଏକ ବସ୍ତାରେ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ ଯାହାର ଓଜନ ୨୧ କିଲୋ ହୋଇଥିଲା। ଅବକାରୀ ବିଭାଗ ୧୩ ଲକ୍ଷ ଟଙ୍କା ମଧ୍ୟ ଜବତ କରିଛି ଓ ଗଞ୍ଜେଇ ବ୍ୟବସାୟ ଅଭିଯୋଗରେ ବୈଷ୍ଣବ ସାହୁଙ୍କୁ ଗିରଫ କରି ଟିଟିଲାଗଡ କୋର୍ଟ ଚାଲାଣ କରିଛି । ବୈଷ୍ଣବ ଦୀର୍ଘ ଦିନରୁ ଫୁଲବାଣୀରୁ ଗଞ୍ଜେଇ ଆଣି ଅନ୍ୟ ଏହି ଅଞ୍ଚଳକୁ ଯୋଗାଉଥିଲେ ବୋଲି ଅବକାରୀ ବିଭାଗର ଜଣେ ଅଧିକାରୀ କହିଛନ୍ତି।
୧୩ ଲକ୍ଷ ଟଙ୍କା ସହିତ ୨୧ କିଲୋ ଗଞ୍ଜେଇ ଜବତ, ଅଭିଯୁକ୍ତ ଗିରଫ
/sambad/media/post_attachments/wp-content/uploads/2022/04/Marijuana-Cash-Sized_Thumbnail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)