ବଜେଟ୍‌ ସ୍ବତନ୍ତ୍ର : ସ୍ବାସ୍ଥ୍ୟସେବାରେ ୧୩ ହଜାର କୋଟି ଖର୍ଚ୍ଚ ପାଇଁ ବ୍ୟବସ୍ଥା

ଏସ୍‌ସିବିକୁ ଏମ୍‌ସ ପ୍ଲସ କରିବାକୁ ୩ବର୍ଷରେ ୩୫୦୦ କୋଟି ବ୍ୟୟ ଯୋଜନା। ଚଳିତ ବର୍ଷ ୫ଶହ କୋଟି ବ୍ୟୟବରାଦ।
ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୧୩୫୩କୋଟି ଟଙ୍କାର ଅଟକଳ।
ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟସେବା ମିସନରେ ସ୍ବାସ୍ଥ୍ୟ ଭିତ୍ତିଭୂମିର ବିକାଶ ହେବ। ୧୫୭୨ କୋଟି ଦିଆଗଲା।
ସ୍ବାସ୍ଥ୍ୟସେବା, ଆମ୍ବୁଲାନ୍ସ ଓ ଭିତ୍ତିଭୂମି ନିର୍ମାଣ ପାଇଁ ୧୭୫୫ କୋଟି ଟଙ୍କାର ବ୍ୟୟବରାଦ।
ପ୍ରମୁଖ ସ୍ବାସ୍ଥ୍ୟ କେନ୍ଦ୍ର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉନ୍ନତମାନର ଉପକରଣ ଓ ଯନ୍ତ୍ରପାତି ପାଇଁ ୧୧୭ କୋଟି ଟଙ୍କା।
ଭେଷଜ ଶିକ୍ଷା କ୍ଷେତ୍ରରେ ମାନବ ସମ୍ବଳ ବିକାଶ ଲାଗି ୩୧୨ କୋଟି ଟଙ୍କାର ବ୍ୟୟ ବରାଦ।
ଦୁର୍ଘଟଣାରେ ଗୁରୁତରଙ୍କୁ ଚିକିତ୍ସା ପାଇଁ ଫ୍ରି ଟ୍ରମା କେୟାର ନାମରେ ନୂଆ ଯୋଜନାରେ ଦିଆଯାଇଛି ୪୦ କୋଟି ଟଙ୍କା।
ମାଗଣା ଔଷଧ ଯୋଗାଣ ପାଇଁ ୬୦୦ କୋଟି ଟଙ୍କା।
ନିଦାନ ଯୋଜନାରେ ଦେୟମୁକ୍ତ ରୋଗ ନିରୂପଣ ପାଇଁ ୨୨୯ କୋଟି ଟଙ୍କା।
ଓଡ଼ିଶା ରାଜ୍ୟ ଚିକିତ୍ସା ପାଣ୍ଠି ପାଇଁ ୧୬୨ କୋଟି ଟଙ୍କା ଦିଆଯାଇଛି।
ଋତୁସ୍ରାବକାଳୀନ ସ୍ବାସ୍ଥ୍ୟ ରକ୍ଷା ପାଇଁ ୩୦କୋଟି ଟଙ୍କାର ଖୁସି ନାପ୍‌କିନ୍ ବଣ୍ଟାଯିବ।

ସମ୍ବନ୍ଧିତ ଖବର