ଜଗତସିଂହପୁର : ପାରାଦୀପଗଡ଼ ୟୁନିଅନ ବ୍ୟାଙ୍କରୁ ୧୪ ଲକ୍ଷ ୮୬ ହଜାର ୭୮୦ ଟଙ୍କାର କଏନ୍‌ ହଡ଼ପ ଘଟଣାର ତଦନ୍ତ ଆରମ୍ଭ କରିଛି ଲକ୍‌ଥାନା ପୋଲିସ। ଏହି ଘଟଣାକୁ ନେଇ ବର୍ତ୍ତମାନର ବ୍ୟାଙ୍କ ଶାଖା ପରିଚାଳକ ସନ୍ତୋଷ କୁମାରଙ୍କ ଏତଲାକୁ ଭିତ୍ତିକରି ପୁଲିସ୍‌ ଖୋଳତାଡ଼ ଆରମ୍ଭ କରିଛି ।

Advertisment

ଥାନା କେସ୍ ନମ୍ବର ୨୮/୨୧ରେ ବ୍ୟାଙ୍କରେ ପୁଲିସ୍‌ ପହଞ୍ଚି ବିଭିନ୍ନ କାଗଜପତ୍ର ଓ ଷ୍ଟ୍ରଙ୍ଗ ରୁମ୍‌ର ଯାଞ୍ଚ କରିଛି। ୨୦୧୬ରେ ଡିମନିଟାଇଜେସନ ସମୟ ଠାରୁ ୨୦୨୦ ମସିହା ମଧ୍ୟରେ ଏହି କଏନ୍‌ ଗୁଡିକୁ ହଡପ କରାଯାଇଥିବା ଅଭିଯୋଗ ହୋଇଛି। ଏଥିରେ ଦୁଇଜଣ ପୂର୍ବତନ ବ୍ୟାଙ୍କ ଶାଖା ପରିଚାଳକ ଅମରଜିତ୍ ପଣ୍ଡା, ଶିବଶଙ୍କର ପାଢୀ, ପୂର୍ବତନ ଉପ ପ୍ରବନ୍ଧକ ସଂଗ୍ରାମ କେଶରୀ ବେହେରା ଓ କ୍ୟାସିଅର ସୌରଭ ସୋରେନ୍‌ ସାମିଲ ଥିବା ଏତଲାରେ ଦର୍ଶାଯାଇଛି।

ବର୍ତ୍ତମାନ ପୁଲିସ ପକ୍ଷରୁ ସମସ୍ତ କାଗଜପତ୍ରର ଯାଞ୍ଚ କରାଯିବା ସହିତ ତଦନ୍ତ ଆରମ୍ଭ ହୋଇଛି। ଏଥିରେ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଲକ୍ ଥାନା ଅଧିକାରୀ ସୂଚନା ଦେଇଛନ୍ତି।