ଭୁବନେଶ୍ବର : କରୋନା ପରି କଠିନ ସମୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହାୟତା ଘୋଷଣା କରିଛନ୍ତି। ଯଦି କରୋନାରେ ଆକ୍ରାନ୍ତ ହୋଇ ସାମ୍ବାଦିକ ମୃତ୍ୟୁବରଣ କରନ୍ତି, ତେବେ ସେମାନଙ୍କ ପରିବାରକୁ ରାଜ୍ୟ ସରକାର ୧୫ ଲକ୍ଷ ଟଙ୍କାର ଅନୁକମ୍ପାନମୂଳକ ସହାୟତା ପ୍ରଦାନ କରିବେ। କରୋନା ଯୋଗୁ ସାରା ବିଶ୍ବରେ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇଛି। ଏହି ପରିପ୍ରେକ୍ଷୀରେ କରୋନା ଭାଇସର୍ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ସହ ଏପରି କଠିନ ପରିସ୍ଥିତିରେ ସାମ୍ବାଦିକମାନେ ନିଷ୍ଠାର ସହ ସେମାନଙ୍କ ଦାୟିତ୍ବ ନିର୍ବାହ କରି ଚାଲିଛନ୍ତି। ଏହାକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି ବୋଲି କୁହାଯାଇଛି।
କରୋନାରେ ମୃତ୍ୟୁ ହେଲେ ସାମ୍ବାଦିକଙ୍କୁ ମିଳିବ ୧୫ ଲକ୍ଷ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ
/sambad/media/post_attachments/wp-content/uploads/2019/08/naveen_patnaik_660_052319021925_052919010952.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)