ମା’ ତାରିଣୀଙ୍କ ହୁଣ୍ଡିରୁ ମିଳିଲା ୧୫ ଲକ୍ଷ

ଘଟଗାଁ: ମା’ ତାରିଣୀ ମନ୍ଦିରର ଆଜି ହୁଣ୍ଡି ଗଣତି କରାଯାଇଛି। ମନ୍ଦିର ପରିଚାଳନା ବୋର୍ଡ ସଭାପତି ରାଜେନ୍ଦ୍ର କୁମାର ପଟ୍ଟନାୟକ, ଦେବୋତ୍ତର ନିରୀକ୍ଷକ ତ୍ରିଲୋଚନ ନାଏକ, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ସଂଜୀବ ମହାପାତ୍ର, ମନ୍ଦିର ପରିଚାଳନା ବୋର୍ଡ ସଦସ୍ୟ ଦୟାନିଧି ମହାନ୍ତ, ଆନନ୍ଦ ଚନ୍ଦ୍ର ସିଂହ, ପୁଲିସ କର୍ମଚାରୀ ପାଣ୍ଡବ ଜୟସୁରିଆ ଓ ଯୁଗଳ କିଶୋର ବାରିକଙ୍କ ଉପସ୍ଥିତରେ ମନ୍ଦିର ବେଢ଼ା ଭିତର ଓ ବାହାରେ ଥିବା ୮ଟି ହୁଣ୍ଡି ଖୋଲାଯାଇ ଗଣତି କରାଯାଇଥିଲା। ମନ୍ଦିର କର୍ମଚାରୀ ଅବନୀ ଜେନା, ହରେକୃଷ୍ଣ ବେହେରା, ଶରତ ବେହେରା, ମହେଶ୍ୱର ସାହୁ, ମହେଶ୍ୱର ଦେହୁରୀ, ରଞ୍ଜନ କୁମାର ସାହୁ, ଗଗନ ବଳ, ନବୀନ ମହାନ୍ତ, ଦେବଦତ୍ତ ବଳ, ଚନ୍ଦ୍ରା ମୁଖୀ, ନାରାୟଣ ମୁଖୀ, ପ୍ରାଣବନ୍ଧୁ ସରାଡ଼ିଆ, ସନାତନ ନାଏକ, ଚକ୍ରଧର ନାଏକ, ଅରୁଣ ନାଏକ, ଶଙ୍କର୍ଷଣ ନାଏକ, ହରିହର ମହାନ୍ତ, ଷ୍ଟେଟ୍‌ ବ୍ୟାଙ୍କ କର୍ମଚାରୀ ଦିବ୍ୟଲୋଚନ ମହାନ୍ତ, ସିପୁନ ସାହୁ ହୁଣ୍ଡି ଗଣତି କରିଥିଲେ। ହୁଣ୍ଡିରୁ ୧୫ ଲକ୍ଷ ୪୭ ହଜାର ୨୮୯ ଟଙ୍କା, ସୁନା ୪୯ ଗ୍ରାମ ୫୫୦ ମିଲିଗ୍ରାମ, ରୁପା ୨୬୮ ଗ୍ରାମ ୧୯୦ ମିଲିଗ୍ରାମ ମିଳିଥିବା ମନ୍ଦିର ପରିଚାଳନା ବୋର୍ଡ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର