ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ଘାଗରବେଡା ଥାନା ଅଂଚଳରେ ଆଜି ଜଣେ ବ୍ୟବସାୟୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ରରୁଆଁର ଗ୍ରୋସରୀ ହଲସେଲର୍ ବ୍ୟବସାୟୀ ସୁନିଲ୍ କୁମାର ସୁଲତାନିଆଙ୍କ ମ୍ୟାନେଜର୍ ତପନ କୁମାର ପ୍ରଧାନ ଖୁଚୁରା ଦୋକାନୀ ମାନଙ୍କଠାରୁ ଟଙ୍କା ନେଇ ବ୍ୟବସାୟୀଙ୍କୁ ଦେଇଥାନ୍ତି । ପ୍ରତ୍ୟେକ ଦିନ ପରି ଆଜି ମଧ୍ୟ ଦ୍ୱିପ୍ରହର ସମୟରେ ପଡୋଶୀ ଝାରଖଣ୍ଡ ରାଜ୍ୟ ସୀମାନ୍ତ ଘାଗଗରବେଡା ନିକଟରେ ଟଙ୍କା ଉଠାଇ ଚାରି ଚକିଆ ଯାନ ଯୋଗେ ଫେରୁଥିବା ସମୟରେ ଏକ ବାଇକରେ ତିନି ଜଣ ଯୁବକ ଅଟକାଇଥିଲେ ଏବଂ ବନ୍ଧୁକ ଦେଖାଇ ମ୍ୟାନେଜରଙ୍କ ଟଙ୍କା ବ୍ୟାଗଟି ଛଡାଇ ନେଇ ଝାରଖଣ୍ଡ ଅଭିମୂଖେ ଦ୍ରୁତ ଗତିରେ ପଳାଇଥିଲେ । ବ୍ୟାଗରେ ୧୫ ଲକ୍ଷ ଟଙ୍କା ଥିଲା ବୋଲି ଏତଲା ଦେଇଛନ୍ତି ।ଏସମ୍ପର୍କରେ ତାଙ୍କ ମ୍ୟାନେଜରକୁ ଜଣାଇବା ପରେ ଘାଗରବେଡା ଥାନାରେ ଅଭିଯୋଗ କରାଯାଇଛିା ଏନେଇ ଥାନାରେ କେସ୍ ନଂ ୪୧/୨୦ ରେ ଏକ ମାମଲା ରୁଜୁ ହୋଇଛି । ଥାନାଅଧିକାରୀ ସଦାନନ୍ଦ ନାଏକ ଘଟଣାର ଅଧିକ ତଦନ୍ତ କରୁଛନ୍ତିା ସୂଚନାଯୋଗ୍ୟ ଯେ କାଳୀପୂଜା ଥିବାରୁ ମ୍ୟନେଜର୍ ଶ୍ରୀ ପ୍ରଧାନ ବିଭିନ୍ନ ଦୋକାନରୁ ବାକିଥିବା ଲକ୍ଷାଧିକ ଟଙ୍କା ସଂଗ୍ରହ କରି ଫେରୁଥିଲେ ।
ବନ୍ଧୁକ ମୁନରେ ବ୍ୟବସାୟୀଙ୍କଠାରୁ ୧୫ ଲକ୍ଷ ଟଙ୍କା ଲୁଟ ଅଭିଯୋଗ
/sambad/media/post_attachments/wp-content/uploads/2020/10/loot-2.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)