ପୁରୀ : ସରପଞ୍ଚଙ୍କ ଗାଡ଼ିରୁ ଟଙ୍କା ଜବତ କରିଛି ପୁରୀ ଜିଲ୍ଲା ଫ୍ଲାଇଂ ସ୍କ୍ବାଡ୍। ଜବତ ୧୬ ଲକ୍ଷ ୭୦ ହଜାର ୩୫୫ ଟଙ୍କାକୁ ଜିଲ୍ଲା ଷ୍ଟ୍ରଙ୍ଗ୍ ରୁମ୍କୁ ପଠାଯାଇଛି। ନିର୍ବାଚନ ପରେ ଏହି ଟଙ୍କାର ସ୍ଥିତି ଯାଞ୍ଚ କରାଯିବ ବୋଲି ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସର ଜ୍ୟୋତି ପ୍ରକାଶ ଦାସ କହିଛନ୍ତି।
ଶୁକ୍ରବାର ରାତି ପ୍ରାୟ ୧୧ଟା ବେଳେ ଗୋପ ବ୍ଲକ ଜଙ୍ଗଲବୁରି ପଞ୍ଚାୟତର କଂଗ୍ରେସ ସମର୍ଥିତ ସରପଞ୍ଚ ପ୍ରଣୟ କୁମାର ସାହୁଙ୍କ ଗାଡ଼ି ଯାଉଥିଲା। ସନ୍ଦେହ ହେବାରୁ ଫ୍ଲାଇଂ ସ୍କ୍ବାଡ୍ ଗାଡ଼ିର ପିଛା କରି ନୟାହାଟ ପାଣିହାଟ ଛକ ନିକଟରେ ଅଟକାଇଥିଲା। ଯାଞ୍ଚ ବେଳେ ସେଥିରୁ ୧୬ ଲକ୍ଷ ୭୦ ହଜାର ୩୫୫ ଟଙ୍କା ମିଳିଥିଲା। ତେବେ ଗାଡ଼ିରେ ଥିବା ପ୍ରଣୟ ସେହି ଟଙ୍କାର ହିସାବ ଦେଇ ପାରିନଥିଲେ। କେଉଁଠୁ ଟଙ୍କା ଆସିଥିଲା ଓ କୁଆଡ଼େ ଯାଉଛି, ଏକକାଳୀନ ନଗଦ ଟଙ୍କା ନେବାର ଉଦ୍ଦେଶ୍ୟ...ଏମିତି କିଛି ପ୍ରଶ୍ନ ଗୁଡ଼େଇ ତୁଡ଼େଇ ପଚାରିଥିଲେ ସ୍କ୍ବାଡ୍ କର୍ମଚାରୀ। ପ୍ରଣୟ କିଛି କହିନପାରିବାରୁ ଟଙ୍କାକୁ ଜବତ କରିଥିଲା ସ୍କ୍ବାଡ୍। ନିର୍ବାଚନ ସମୟରେ ଜଣେ ସରପଞ୍ଚଙ୍କ ଗାଡ଼ିରୁ ଏତେ ଟଙ୍କା ଜବତ ହେବା ନେଇ ସ୍ଥାନୀୟ ଅଞ୍ଚଳରେ ଭିନ୍ନ ଚର୍ଚ୍ଚା ହେଉଛି। ଜବତ ଟଙ୍କାକୁ ଷ୍ଟ୍ରଙ୍ଗ୍ରୁମ୍ରେ ରଖାଯାଇଥିବା ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/rs-1.jpg)