ପରିଚାଳନା କମିଟି ବୈଠକରେ ଶ୍ରୀମନ୍ଦିର ପାଇଁ ୧୬୯ କୋଟି ୫୦ ଲକ୍ଷ ବଜେଟ୍‌ ଅଟକଳ

ଆର୍ଥିକ ବର୍ଷ ୨୦୧୮-୧୯ ପାଇଁ ଶ୍ରୀମନ୍ଦିରର ବଜେଟ 

ପୁରୀ: ବିଶ୍ୱ ପ୍ରସିଦ୍ଧ ଶ୍ରୀମନ୍ଦିର ପାଇଁ ଆର୍ଥିକ ବର୍ଷ ୨୦୧୮-୧୯ରେ ୧୬୯ କୋଟି ୫୦ ଲକ୍ଷ ଟଙ୍କା ବଜେଟ ଉପସ୍ଥାପନ କରାଯାଇଛି। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ବଜେଟ୍‌ ଅଟକଳ କରାଯାଇଛି। ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବୁଧବାର ସନ୍ଧ୍ୟାରେ ହୋଇଥିବା ବୈଠକରେ ସେବାୟତ ଗୁରୁକୁଳ ଓ ବାସଗୃହ ପାଇଁ ୧୦ କୋଟି ଟଙ୍କା ଖର୍ଚ୍ଚ ନିର୍ଦ୍ଧାରଣ କରାଯାଇଛି। ଦିବ୍ୟାଙ୍ଗଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। ସେହିଭଳି ଶ୍ରଦ୍ଧାଳୁଙ୍କୁ ପ୍ରସାଦ ବଣ୍ଟନ ପାଇଁ ଦେଢ଼ କୋଟି ଟଙ୍କାର ବ୍ୟବସ୍ଥା କରାଯିବ ବୋଲି ବଜେଟ୍‌ରୁ ଜଣାପଡ଼ିଛି। ଦାନ ଅର୍ଥରେ ମନ୍ଦିର ଉନ୍ନତି କାର୍ଯ୍ୟ କରିବାକୁ ୨୦ରୁ ୨୫ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି।

ପରିଚାଳନା କମିଟି ବୈଠକରେ ରତ୍ନଭଣ୍ଡାର ଖୋଲିବା ନେଇ ମଧ୍ୟ ଆଲୋଚନା ହୋଇଥିଲା। କୋଟି କୋଟି ଜନତାଙ୍କ ଉତ୍କଣ୍ଠାରେ ଥିବା ରତ୍ନଭଣ୍ଡାର କେବେ ଖୋଲିବ ସେ ନେଇ ଆଗାମୀ ମାଚ୍ଚ ୨୯ରେ ନିଷ୍ପତ୍ତି ହେବ ବୋଲି ଜଣାପଡ଼ିଛି। ରତ୍ନଭଣ୍ଡାରକୁ ଯେଉଁମାନେ ଯିବେ ସେମାନଙ୍କର ନାମ ଓ ଠିକଣା ମନ୍ଦିର ପ୍ରଶାସନ ନିର୍ଦ୍ଧାରଣ କରିବେ। ଯିବା ଆସିବା ବେଳେ ସେମାନଙ୍କର ସ୍କାନି କରାଯିବ। ରତ୍ନଭଣ୍ଡାରକୁ ଯେଉଁମାନେ ଯିବେ ସେମାନଙ୍କୁ ପ୍ରଶାସନ ବସ୍ତ୍ର ଦେବ ବୋଲି ଶ୍ରୀ ଜେନା ସୂଚନା ଦେଇଛନ୍ତି।

 

ସମ୍ବନ୍ଧିତ ଖବର