ଭୁବନେଶ୍ବର: କମିସନରେଟ୍ ପୁଲିସ (କଟକ ଓ ଭୁବନେଶ୍ବର) ଅଧିନରେ ଗାଡ଼ି ଚଳାଉଥିଲେ ସତର୍କ ହୋଇଯାଆନ୍ତୁ। ମଦ ପିଇ ମୋବାଇଲ ଧରି, ବିନା ସିଟବେଲ୍ଟ, ରଙ୍ଗ ରୁଟରେ ଗାଡ଼ି ଚଳାଇବା ଅଭିଯୋଗରେ ଅମାନିଆ ଚାଳକଙ୍କ ଠାରୁ କୋଟି କୋଟି ଟଙ୍କା ଜରିମାନା ଆଦାୟ କରାଯାଇଛି। ତିନି ବର୍ଷରେ ସର୍ବମୋଟ ନିୟମ ଉଲ୍ଲଙ୍ଘନ କରିଛନ୍ତି ଟ୍ବିନ ସିଟିରେ ୧କୋଟି ୮୫ ଲକ୍ଷ ୨୩୯୪ ଜଣ ଉଲଙ୍ଘନକାରୀ। ସେମାନଙ୍କ ଠାରୁ ୧୮୬କୋଟିରୁ ଊର୍ଦ୍ଧ୍ବ ଜରିମାନା ଆଦାୟ ହୋଇଛି। ବିଧାୟକ ସୈଭିକ ବିଶ୍ବାଳଙ୍କ ପ୍ରଶ୍ନରେ ଗୃହ ରାଷ୍ଟ୍ରମନ୍ତ୍ରୀ ଏହି ଉତ୍ତର ରଖିଛନ୍ତି। ବିନା ହେଲମେଟରେ ବିଗତ ତିନି ବର୍ଷରେ, ୮ଲକ୍ଷ ୬୬ ହଜାର ୪୬୪ ଜଣ ଧରାପଡ଼ିଛନ୍ତି। ସେମାନଙ୍କ ପାଖରୁ ୮୫ କୋଟି ୬୭ଲକ୍ଷ ୬୭ହଜାର ୭୦୦ ଟଙ୍କା ଜରିମାନା ଆଦାୟ ହୋଇଛି।
ମୋବାଇଲରେ କଥା ହୋଇ ଧରାପଡ଼ିଛନ୍ତି ୧୪ହଜାର ୮ଶହ ୬୫ ଜଣ। ସେମାନଙ୍କ ଠାରୁ ଜରିମାନା ଆଦାୟ ହୋଇଛି ୬କୋଟି ୬୫ଲକ୍ଷ ୧୨ ହଜାର ୮ଶହ ଟଙ୍କା। ସେହିପରି ବିନା ସିଟ୍ ବେଲ୍ଟରେ ୧୯୬୪୩ ଧରାପଡ଼ିଛନ୍ତି। ସେମାନଙ୍କ ପାଖରୁ ୧ କୋଟି ୮୧ ଲକ୍ଷ ୯୧ ହଜାର ୧୦୦ଟଙ୍କା ଆଦାୟ ହୋଇଛି। ରଙ୍ଗ ରୁଟରେ ଗାଡି ଚଲାଇ ୧୮,୭୨୫ ଜଣ ଧରାପଡ଼ିଛନ୍ତି। ସେମାନଙ୍କ ଠାରୁ ୮କୋଟି ୭୭ଲକ୍ଷ ୯ହଜାର୧୦୦ ଟଙ୍କା ଆଦାୟ କରାଯାଇଛି। ମଦ୍ୟପାନ କରି ୫୬୨୮ ଜଣ ଧରା ପଡିଛନ୍ତି। ସେମାନଙ୍କ ପାଖରୁ ୨କୋଟି ୮୦ଲକ୍ଷ ୮ ହଜାର ଜରିମାନା ଆଦାୟ ହୋଇଛି।