ଜିଲ୍ଲା ଯୋଗାଣ ଅଧିକାରୀଙ୍କ ଠାରୁ ଲକ୍ଷେ ୯୧ ହଜାର ଟଙ୍କା ଜବତ

ଜୟପୁର: ମାଲକାନଗିରି ଜିଲ୍ଲା ଯୋଗାଣ ଅଧିକାରୀଙ୍କର ଠାରୁ ଶନିବାର ଅପରାହ୍ଣରେ ଭିଜିଲାନ୍ସ ଅଧିକାରୀମାନେ ୧ ଲକ୍ଷ ୯୧ ହଜାର ଟଙ୍କା ଜବତ କରିଛନ୍ତି। ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ଭିଜିଲାନ୍ସ ବିଭାଗ କୋରାପୁଟ ଜିଲ୍ଲାର ବୈପାରୀଗୁଡ଼ା ବ୍ଲକ ଅନ୍ତର୍ଗତ ଦଶମନ୍ତପୁରରେ ପୂର୍ବରୁ ପ୍ରସ୍ତୁତ ଥିଲା। ଘଟଣାସ୍ଥଳକୁ ଜିଲ୍ଲା ଯୋଗାଣ ଅଧିକାରୀ ଅଭିମନ୍ୟୁ ମହାନ୍ତି ଏକ ଇନୋଭାରେ ପହଂଚିବା ପରେ ଗାଡ଼ିକୁ ଅଟକାଇବା ପାଇଁ କୁହାଯାଇଥିଲା। ପରେ ଯାଞ୍ଚ ସମୟରେ ଗାଡ଼ିରୁ ୧ ଲକ୍ଷ ୯୧ ହଜାର ଟଙ୍କା ମିଳିଥିଲା।

ଚଢ଼ାଉ ସମୟରେ ଭିଜିଲାନ୍ସ ଡିଏସ୍‌ପି ସୁଶାନ୍ତ କୁମାର ବିଶ୍ୱାଳ, ଡିଏସ୍‌ପି ସତ୍ୟବାନ ମହାପାତ୍ର ଓ କିଶୋର କୁମାର ପାତ୍ର ଉପସ୍ଥିତ ଥିଲେ। ଭିଜିଲାନ୍ସ ବିଭାଗ ଇନୋଭାକୁ ଜବତ କରି ଘଟଣା ସହିତ ସଂପୃକ୍ତ ଯୋଗାଣ ଅଧିକାରୀଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏତେ ପରିମାଣରେ ଟଙ୍କା କେଉଁଠୁ ଆସଥିଲା ଏବଂ କେଉଁ ଉଦ୍ଦେଶ୍ୟରେ ନିଆଯାଉଥିଲା ତାହା ତଦନ୍ତ ଶେଷ ହେବା ପରେ ଜଣାପଡ଼ିବ।

ସମ୍ବନ୍ଧିତ ଖବର