ଡାକ୍ତରଙ୍କର ୨.୫୭ କୋଟି ଆୟ ବର୍ହିଭୂତ ସମ୍ପତ୍ତି, ୧୦ ତାରିଖ ଯାଏ ରହିବେ ବିଚାରବିଭାଗୀୟ ହାଜତରେ

କଟକ : ଲାଞ୍ଚ ନେଇ ଧରାପଡ଼ିଥିବା ପୁରୀ ଜିଲ୍ଲା ନିମାପଡା, ଚାରିଛକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ସୁକାନ୍ତ ଜେନାଙ୍କର ରହିଛି ୨ କୋଟି ୫୭ ଲକ୍ଷ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି। ଏହି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ତାଙ୍କ ବିରୋଧରେ ଭୁବନେଶ୍ବର ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ କରାଯାଇଛି। ଦୁର୍ନୀତି ନିରୋଧ ଆଇନ ବଳରେ ଭୁବନେଶ୍ବର ଭିଜିଲାନ୍ସ ପିଏସ୍‌ କେସ୍ ନମ୍ବର ୫ରେ ମାମଲା ରୁଜୁ କରାଯାଇଛି। ଡାକ୍ତର ଶ୍ରୀ ଜେନା ନିଜ ଆୟଠାରୁ ଅଧିକ ୩୦୪ ପ୍ରତିଶତ ସମ୍ପତ୍ତି ଠୁଳ କରିଥିବା ଏବଂ ନିଜ ଆୟ ନେଇ ସନ୍ତୋଷଜନକ ଉତ୍ତର ଦେଇପାରିନଥିବାରୁ ତାଙ୍କ ନାମରେ ଏହି ମାମଲ‌ା ରୁଜୁ କରାଯାଇଛି। ଶ୍ରୀ ଜେନାଙ୍କୁ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତରେ ରଖିବାକୁ କୋର୍ଟଙ୍କ ନିର୍ଦ୍ଦେଶ ରହିଛି।

ଉଲ୍ଲେଖଯୋଗ୍ୟ ଯେ ଗତ ୧୬ ତାରିଖ ଦିନ ଡାକ୍ତର ଜେନା ୮ ହଜାର ଟଙ୍କା ଲାଞ୍ଚ ନେଉଥିବା‌ବେଳେ ଧରାପଡ଼ିଥିଲେ। ସେହିଦିନ ତାଙ୍କ ନାମରେ ମାମଲା ରୁଜୁ କରାଯାଇ ତାଙ୍କୁ ଗିରଫ କରାଯାଇଥିଲା। ଭୁବନେଶ୍ବର ନନ୍ଦନ ବିହାରରେ ଥିବା ତାଙ୍କ ଘରେ ଚଢଉ କରାଯାଇ ୧ କୋଟି ୧୨ଲକ୍ଷ ଟଙ୍କାର ନଗଦ ଟଙ୍କା ଜବତ କରାଯାଇଥିଲା।

ସମ୍ବନ୍ଧିତ ଖବର